ଜାତୀୟ

କମିଲା ସୁନା ଓ ରୁପାର ଦାମ୍‌, ଦେଖନ୍ତୁ ଆଜିର ରେଟ୍ କେତେ ରହିଛି ?

ନୂଆଦିଲ୍ଲୀ: ସୁନା-ରୂପାର ଦରରେ ବୃଦ୍ଧି ହୋଇଥିଲେ ବି ରେକର୍ଡ ସ୍ତରରୁ ବହୁତ ଶସ୍ତାରେ ମିଳୁଛି ସୁନା । ଆଜି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ଭାରତରେ ୪୭,୯୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୩,୮୯୦ ଟଙ୍କା ରହିଛି । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଗ୍ରାମ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନା ମୂଲ୍ୟରେ ୬୧୦ ଟଙ୍କା ହ୍ରାସ ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଛି । ଚେନ୍ନାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୬୩୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୫,୪୯୪ ଟଙ୍କା ଅଛି ।

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ସୁନା ଦର ୪୯,୩୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୫,୧୫୦ ଟଙ୍କା ଅଛି । କୋଲକାତାରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ହାର ୪୯,୨୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୫,୧୫୦ ଟଙ୍କା ଅଛି । ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୨୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୫,୧୫୦ ଟଙ୍କା ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com