ଜାତୀୟ

୧୩ ଦିନର ଯୁଦ୍ଧରେ ୟୁକ୍ରେନର ୨୦୨ଟି ସ୍କୁଲ, ୩୪ଟି ହସ୍ପିଟାଲ ଧ୍ୱଂସ କରିଛି ରୁଷ- ରିପୋର୍ଟ

ନୂଆଦିଲ୍ଲୀ() ରୁଷ-ୟୁକ୍ରେନ ଯୁଦ୍ଧକୁ ୧୩ ଦିନ ବିତିଯାଇଛି । ହେଲେ ଏପର୍ଯ୍ୟନ୍ତ ଏହା ଥମିବାର ନାଁ ଧରୁନାହିଁ । ଏହି ୧୩ ଦିନ ମଧ୍ୟରେ ୟୁକ୍ରେନର ବଡ଼ ବଡ଼ ସହର ଠାରୁ ଆରମ୍ଭ କରି ବିଶାଳକାୟ ବିଲ୍ଡିଂ, ଅନେକ ସରକାରୀ ଭବନ, ସ୍କୁଲ, କଲେଜ୍, ହସ୍ପିଟାଲ ଆଜି ଧ୍ୱଂସ ହୋଇଯାଇଛି । ଅନେକ ନିରୀହ ଲୋକଙ୍କ ଜୀବନ ମଧ୍ୟ ନେଇଯାଇଛି ଏହି ଯୁଦ୍ଧ । ବିଭିନ୍ନ ସହରରେ ବର୍ତ୍ତମାନ ଗ୍ୟାସ ଯୋଗାଣ, ଜଳ ଯୋଗାଣ, ବିଦ୍ୟୁତ୍ ଆଦି ବାଧାପ୍ରାପ୍ତ ମଧ୍ୟ ହୋଇଛି । ତେବେ ୟୁକ୍ରେନରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏଯାଏଁ ୨୦୨ଟି ସ୍କୁଲ୍, ୩୪ଟି ହସ୍ପିଟାଲ୍ ଏବଂ ୧୫୦୦ରୁ ଅଧିକ ରେସିଡେଣ୍ଟାଲ୍ ବିଲ୍ଡିଂ ମାଟିରେ ମିଶିଯାଇଛି । ରାଜଧାନୀ କିଭ୍ ର ମଧ୍ୟ ଏକାଧିକ ଶିକ୍ଷାନୁଷ୍ଠାନ ମିସାଇଲ୍ ଓ ରକେଟ୍ ମାଡ଼ରେ ଧ୍ୱଂସ ହୋଇଯାଇଛି ।

ସେପଟେ ଆଜି ୫ଟି ସହରରେ ଯୁଦ୍ଧ ବିରତି ଘୋଷଣା କରାଯାଇଥିଲା । ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା କରିଥିଲା ରୁଷ । ଏହା ଭିତରେ ୟୁକ୍ରେନର ସୁମି ସହରରେ ବିଳମ୍ବିତ ରାତିରେ ୫୦୦ କେଜିର ଏକ ବିଶାଳକାୟ ବମ୍ ଫିଙ୍ଗାଯାଇଛି । ଏହି ବୋମାମାଡ଼ରେ ୨ ଜଣ ଶିଶୁଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟପଟେ ସୁମିରେ ୭୦୦ ଜଣ ଭାରତୀୟ ଛାତ୍ର ଫସି ରହିଛନ୍ତି । ସେମାନଙ୍କୁ ସେଠାରୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ଭାରତ ସରକାର ପ୍ରୟାସ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com