Breaking NewsFeaturedରାଜନୀତି

ଟିକେ ତ ମର୍ଯ୍ୟାଦା ରଖନ୍ତୁ ଅମିତ ଶାହଜୀ, ବିଜେପି ଗଠନ ପୂର୍ବରୁ ଏସବୁ ସଂସ୍ଥାନ ପ୍ରତିଷ୍ଠା କରିଥିଲେ ନେହରୁ

ପାଖେଇ ଆସୁଛି ନିର୍ବାଚନ । ଶୁଣିବାକୁ ମିଳିଲାଣି ନେତା-ମନ୍ତ୍ରୀଙ୍କ ଅନର୍ଗଳ ଭାଷଣ । ଆଉ ପରସ୍ପର ବିରୋଧୀ ଦଳର ନେତାମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଭାଷଣ-ଯୁଦ୍ଧ । ଆରୋପ-ପ୍ରତ୍ୟାରୋପରେ ଦୋଷ ଲଦାଲଦି ଚାଲିଛି । ଏହି କ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ଜବାବ ଦେଇଛି କଂଗ୍ରେସ । ଭାଷଣ ଦେବା ବେଳେ ଶାହ ନିଜ ଦଳର ବାହାଦୁରୀ ବଖାଣି କରିଥିବା ଦାବିକୁ ଚାଲେଞ୍ଜ୍ ଦେଇ କଂଗ୍ରେସ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛି । ଶାହ କଣ ଦାବି କରୁଛନ୍ତି ଓ ବାସ୍ତବତା କଣ ତାହା ଉଲ୍ଲେଖ କରିଛି କଂଗ୍ରେସ।

କଥା ହେଲା ଏକ କାର୍ଯ୍ୟକ୍ରମ ଅବସରରେ ଶାହ ଭାଷଣ ଦେବାବେଳେ ଏମ୍ସ, ଆଇଆଇଟି ଭଳି ଦେଶର ଅନେକ ବଡ଼ ବଡ଼ ପ୍ରତିଷ୍ଠାନ ପ୍ରଥମେ ବିଜେପି ପ୍ରତିଷ୍ଠା କରିଥିବା ଉଲ୍ଲେଖ କରିଥିଲେ। ଶୁଣନ୍ତୁ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ—

ତେବେ ଏହାର ଜବାବରେ କଂଗ୍ରେସ ଏକ ପୋଷ୍ଟ କରିଛି । ଯେଉଁଥିରେ ଶାହଙ୍କ ଭାଷଣ ପରେ ପରେ ଆଉଏକ ୱିଣ୍ଡୋରେ ପ୍ରଦର୍ଶିତ ହେଉଛି ନେହରୁଙ୍କ ଛବି । ଆଉ ସେହି ଛବି ଉପରେ କେବେ କେଉଁ ପ୍ରତିଷ୍ଠାନ ଗଢ଼ା ଯାଇଥିଲା ତାହା ଉଲ୍ଲେଖ କରିଛି କଂଗ୍ରେସ । ଏପରିକି ବିଜେପି ଗଠନ ପୂର୍ବରୁ ଏସବୁ ବଡ଼ ବଡ଼ ପ୍ରତିଷ୍ଠାନ ନେହରୁ ପ୍ରତିଷ୍ଠା କରିସାରିଥିଲେ ବୋଲି ଉଲ୍ଲେଖ କରାଯାଇଛି । ଏଥିସହ ପୋଷ୍ଟର ଟାଇଟଲରେ କଂଗ୍ରେସ ଲେଖିଛି ଯେ- ଅମିତ୍ ଶାହଜୀ, ଥୋଡ଼ା ତୋ ମର୍ଯ୍ୟାଦା ରଖିୟେ…
ତେବେ ଭାଇରାଲ୍ ହେଉଥିବା ଏହି ପୋଷ୍ଟରେ ଅନେକ ୟୁଜର୍ସ ସେମାନଙ୍କ ମତ ଦେଇଚାଲିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com