ଜାତୀୟ

ରାହୁଲ ସୁରକ୍ଷାରେ ବଡ ଧରଣର ତ୍ରୁଟି, ଚଳନ୍ତା ଗାଡି ଉପରକୁ ପତାକା ଫିଙ୍ଗିଲେ ଯୁବକ, ମୁହଁରେ ବାଜିଲା

ଲୁଧିଆନା() ପଞ୍ଜାବର ଲୁଧିଆନାରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି। ଜଣେ ବ୍ୟକ୍ତି ରାହୁଲଙ୍କ ଚଳନ୍ତା କାର ଉପରକୁ ପତାକା ଫିଙ୍ଗିଛନ୍ତି, ଯାହା ରାହୁଲ ଗାନ୍ଧୀଙ୍କ ମୁହଁରେ ଯାଇ ବାଜିଛି। ଉଲ୍ଲେଖନୀୟ ଗତକାଲି ଲୁଧିଆନାରେ ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚରଣଜିତ ସିଂହ ଚନ୍ନିଙ୍କ ନାମ ଘୋଷଣା କରିଥିଲେ।

କୁହାଯାଉଛି, ରାହୁଲ ଗାନ୍ଧୀଙ୍କ ଚଲନ୍ତା କାର ଉପରକୁ ପତାକା ଫିଙ୍ଗିଥିବା ବ୍ୟକ୍ତି କଂଗ୍ରେସର ନେତା ନଦୀମ ଖାନ। ପୋଲିସ ପଚରାଉଚୁରା ପରେ ତାଙ୍କୁ ଛାଡି ଦେଇଛି। ପୋଲିସ ଏହା କହି ତାଙ୍କୁ ଛାଡି ଦେଇଛି ଯେ, ନଦୀମଙ୍କ ରାହୁଲ ଗାନ୍ଧୀଙ୍କୁ କ୍ଷତି ପହଞ୍ଚାଇବାର କୌଣସି ଉଦ୍ଦେଶ୍ୟ ନଥିଲା।

କେମିତି ହେଲା ସୁରକ୍ଷାରେ ତ୍ରୁଟି ଏବେ ପ୍ରଶ୍ନ ଉଠୁଛି ଯେ, କଣ ରାହୁଲ ଗାନ୍ଧୀଙ୍କ କାରକେଡ୍ ବାହାରିବା ପୂର୍ବରୁ ଟ୍ରାଫିକ ନିୟନ୍ତ୍ରଣ କରାଯାଇନଥିଲା ନା ନାହିଁ ? ରାହୁଲଙ୍କ ସୁରକ୍ଷାରେ କେମିତି ତ୍ରୁଟି ହୋଇଛି ? ଭିଡିଓରେ ଦେଖିବାକୁ ମିଳିଛି ଯେ, ରାହୁଲଙ୍କୁ ସ୍ଵାଗତ କରିବା ପାଇଁ ଅନେକ କାର୍ଯ୍ୟକର୍ତ୍ତା ରାସ୍ତା କଡରେ ଛିଡା ହୋଇଛନ୍ତି। ଯେମିତି ରାହୁଲଙ୍କ ଗାଡି ନିକଟତର ହୋଇଛି, ଯୁବ କଂଗ୍ରେସର ନେତା ନଦୀମ ଖାନ ତାଙ୍କ ଉପରକୁ ପତାକା ଫିଙ୍ଗିଥିଲେ।

ସୂଚନାଯୋଗ୍ୟ, ପଞ୍ଜାବ ସୀମାବର୍ତ୍ତୀ ରାଜ୍ୟ। ଲୁଧିଆନା ହେଉଛି ପଞ୍ଜାବର ସେହି ଅଞ୍ଚଳ ଯେଉଁଠି ପୂର୍ବରୁ ଆଲର୍ଟ ଜାରି ରହିଛି। ଏହା ସତ୍ତ୍ଵେ ଭିଆଇପି କାରକେଡ୍ ଯିବା ସମୟରେ ପୋଲିସର ଢିଲାପଣ ଉପରେ ପ୍ରଶ୍ନ ଉଠିଛି। ରାହୁଲଙ୍କ ସହିତ ଗାଡିରେ ନବଜୋତ ସିଂ ସିଦ୍ଧୁ, ସୁନିଲ ଜାଖଡ ଏବଂ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com