ଜାତୀୟ

ଧାନର ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚାଷୀମାନଙ୍କ ପାଇଁ ଖୁସି ଖବର। ଧାନର ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର। ୨୦୨୨-୨୩ ଶସ୍ୟ ବର୍ଷ ପାଇଁ କେନ୍ଦ୍ର ସରକାର ସର୍ବ ନିମ୍ନ ମୂଲ୍ୟ(ଏମଏସପି) ବୃଦ୍ଧି କରିଛନ୍ତି। ବିଭିନ୍ନ ଶସ୍ୟକୁ ନେଇ କୁଇଣ୍ଟାଲ ପିଛା ୧୦୦ରୁ ଆରମ୍ଭ କରି ୨,୦୪୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ତେବେ ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି।

ଆଜି ଆର୍ଥିକ ବ୍ୟାପାର ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ୨୦୨୨-୨୩ ଶସ୍ୟ ବର୍ଷ ପାଇଁ  ଖରିଫ ଅମଳ ବାବଦକୁ ଏମଏସପି ବୃଦ୍ଧି ଲାଗି ମଞ୍ଜୁର ହୋଇଥିଲା। ଆଜିର କ୍ୟାବିନେଟ ବୈଠକରେ ୧୪ଟି ଶସ୍ୟର ଏମଏସପି ବୃଦ୍ଧି ପାଇଁ ମଞ୍ଜୁର ହୋଇଥିଲା। ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସାଧାରଣ ମାନର ବିଭିନ୍ନ ପ୍ରକାର ଶସ୍ୟର କୁଇଣ୍ଟାଲ ପିଛା ୨,୦୪୦ ବୃଦ୍ଧି କରାଯାଇଛି। ଯାହା ଗତ ବର୍ଷ ୧୯୪୦ ଟଙ୍କା ଥିଲା।

ସେହିପରି ଏ ଗ୍ରେଡର ଶସ୍ୟର ମୂଲ୍ୟ କୁଇଣ୍ଟାଲ ପିଛା ୧୯୬୦ରୁ ୨୦୬୦କୁ ବୃଦ୍ଧି କରାଯାଇଛି। ଖରାଦିନିଆ ଅମଳ ହେଉଥିବା ଶସ୍ୟ ହେଉଛି ଜୀବନଧାରଣର  ପ୍ରମୁଖ ଶସ୍ୟ। ଯାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେପଟେ ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ମାସରେ ସ୍ୱାଭାବିକ୍‌ ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆଜିର ବୈଠକରେ ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷ ସମ୍ପର୍କିତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଚାଷୀମାନଙ୍କର ଆୟ ବୃଦ୍ଧି ପାଇଁ ମୋଦି ସରକାରଙ୍କ  ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com