ଜାତୀୟ

ଫେବୃଆରୀରେ ପଟ୍ରୋଲ ଡିଜେଲ ଦର ୧୦ ଟଙ୍କା କମିବ !

ନିର୍ବାଚନ ପୂର୍ବରୁ ମହଙ୍ଗା ମାଡ ହେବ ନିୟନ୍ତ୍ରଣ । ତୈଳ କମ୍ପାନୀ ଫେବୃଆରୀରେ ପଟ୍ରୋଲ ଡିଜେଲ ଦର ଶସ୍ତା କରିବେ । ଲିଟର ପିଛା ୧୦ ଟଙ୍କା କମ କରିବାକୁ ବିଚାର କରାଯାଉଛି । ତୂତୀୟ ତ୍ରୟମାସରେ ତୈଳ କମ୍ପାନୀକୁ ୭୫ ହଜାର କୋଟି ଟଙ୍କା ଲାଭ ହେବ ବୋଲି ଆଶା କରାଯାୁଚି । ଯେଉଁ କାରଣରୁ ସରକାର ତୈଳ କମ୍ପାନୀଙ୍କୁ ପଟ୍ରେଲ ଡିଜେଲ ଦର କମ କରିବାକୁ ଚାପ ପକାଇ ପାରନ୍ତି ।ଗତ ଏପ୍ରିଲ ୨୦୨୨ରୁ ପେଟେରୋଲ ଓ ଡିଜେଲ ଦର ସରକାର ଅପରବର୍ତ୍ତିତ ରଖିଛନ୍ତି । ଗତ ମେ ମାସରେ କେନ୍ଦ୍ର ସରକାର ଟ୍ୟାକ୍ସ କମ କରିଥିଲେ । ଏହାପରେ ତୈଳଦର କମ ହୋଇଥିଲା ।

ରିପୋର୍ଟ ମୁତାବକ ତୈଳ ଦର ବିକ୍ରିରେ ହାଇ ମାର୍କେଟିଂ ମାର୍ଜିନ କାରଣରୁ ତିନି OMC ବିତ୍ତ ବର୍ଷର ପ୍ରଥମ ଓ ଦ୍ବିତୀୟ ତ୍ରୟମାସରେ ଅଧିକ ଲାଭବାନ ହୋଇଥିଲେ । ଯାହାକି ତୃତୀୟ ତ୍ରୟମାସରେ ବି ଜାରି ରହିବ । ଏହି ମାସ ଶେଷ ସୁଦ୍ଧା ତିନି କମ୍ପାନୀର ତ୍ରୟମାସ ଫଳାଫଳ ସାମନାକୁ ଆସିବ । ଏହାପରେ କମ୍ପାନୀ କଞ୍ଚାତେଲର ଅନ୍ତର୍ଜାତୀୟ ଦରକୁ ଧ୍ୟାନରେ ରଖି ପେଟ୍ରୋଲ ଓ ଡିଜେଲ ଦରରେ ୫ ରୁ ୧୦ ଟଙ୍କା ପର୍ଯ୍ୟନ୍ତ କାଟି ପାରିବେ । କମ୍ପାନୀର ଲାଂଭାଶକୁ ଦେଖି ତୈଳଦର ହ୍ରାସ ନେଇ ନିଷ୍ପତ୍ତି ନେବେ ସରକାର ।

Related Articles

Back to top button
WP Twitter Auto Publish Powered By : XYZScripts.com