ଜାତୀୟମନୋରଞ୍ଜନ

ଷଷ୍ଠ ଶ୍ରେଣୀରୁ ପ୍ରେମରେ ପଡିଥିଲେ KK, ପିଲାବେଳ ବାନ୍ଧବୀଙ୍କୁ କରିଥିଲେ ବିବାହ

ନୂଆଦିଲ୍ଳୀ:  ସଙ୍ଗୀତ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର। ବଲିଉଡ୍ ପ୍ରସିଦ୍ଧ ସିଙ୍ଗର କେକେ ତଥା କୃଷ୍ଣ କୁମାର କୁନ୍ନଥଙ୍କର ଦେହାନ୍ତ ହୋଇଛି । କୋଲକାତାର ଏକ କନସର୍ଟରେ ସଙ୍ଗୀତ ପରିବେଷଣ ସମୟରେ ତାଙ୍କର ଦେହାନ୍ତ ହୋଇଛି । ବଲିଉଡର ପ୍ରସିଦ୍ଧ ଗାୟକ କେ.କେଙ୍କ ମୃତ୍ୟୁରେ ସଙ୍ଗୀତ ଶିଳ୍ପରେ ଶୋକର ଛାୟା ଖେଳି ଯାଇଛି । କେ.କେ ହଠାତ୍‌ ବିୟୋଗରେ ତାଙ୍କ ପ୍ରଶଂସକ ଏବଂ ସେଲିବ୍ରେଟିମାନେ ଚକିତ ହୋଇଯାଇଛନ୍ତି।

କେ.କେ ବଲିଉଡ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଏକ ବଡ ନାମ ଥିଲେ। ସେ ତାଙ୍କ କ୍ୟାରିଅରରେ ଅନେକ ଗୀତ ଗାଇ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଗୀତ ସମସ୍ତ ବୟସରର ପିଢିକୁ ଛୁଇଁ ଯାଉଥିଲା। କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ଗଣମାଧ୍ୟମର ଠାରୁ ଦୂରରେ ରଖିଥିଲେ। ଅନେକ ଲୋକ ଜାଣନ୍ତି ନାହିଁ ଯେ କେ.କେ ତାଙ୍କ ପିଲାଦିନର ବାନ୍ଧବୀକୁ ବିବାହ କରିଥିଲେ। ତାଙ୍କ ପତ୍ନୀଙ୍କ ନାମ ହେଉଛି ଜ୍ୟୋତି। ଜ୍ୟୋତିଙ୍କ ସହ ତାଙ୍କର ଦୁଇଟି ସନ୍ତାନ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି।

କେ.କେ ଏବଂ ଜ୍ୟୋତିଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହେଲା?

ଦି କପିଲ ଶର୍ମା ଶୋ’ରେ କେ.କେ କହିଥିଲେ ଯେ ଜ୍ୟୋତିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ୬ ଶ୍ରେଣୀରେ ହୋଇଥିଲା। କେ.କେ ଏବଂ ଜ୍ୟୋତି ପିଲାଦିନରୁ ଏକାଠି ପାଠ ପଢିଥିଲେ। ସେବେଠାରୁ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଏକାଠି ଅଛନ୍ତି। ସେ କହିଥିଲେ, ‘ମୁଁ ମୋ ଜୀବନରେ କେବଳ ଗୋଟିଏ ଝିଅକୁ ଡେଟ କରିଥିଲି ଏବଂ ସେ ହେଉଛି ମୋ ପତ୍ନୀ । ମୁଁ ଲାଜକୁଳା ବ୍ୟକ୍ତି ଥିଲି । ଏଥିପାଇଁ ତାଙ୍କୁ ଠିକ୍‌ ଭାବରେ ଡେଟ ମଧ୍ୟ କରି ପାରିଲି ନାହିଁ । ବେଳେବେଳେ ମୋ ପିଲାମାନେ ମୋତେ ଏ ବିଷୟରେ ଥଟ୍ଟା କରନ୍ତି ।୧୯୯୧ରେ ଉଭୟ ବିବାହ କରିଥିଲେ ।

କିନ୍ତୁ ବିବାହ ପୂର୍ବରୁ କେ.କେ ନିଜ ପାଇଁ ଚାକିରି ଖୋଜିବାକୁ ଲାଗିଥିଲେ। ଯେତେବେଳେ ସେ କିଛି ପାଇଲେ ନାହିଁ, ସେତେବେଳେ ସେ ଜଣେ ମାର୍କେଟିଂ ଚାକିରି କରିଥିଲେ। ଏହା ପରେ ଦୁହେଁ ବିବାହ କରିନେଇଥିଲେ । ହେଲେ କିଛି ମାସ ମଧ୍ୟରେ ସେ ତାଙ୍କ ଚାକିରିକୁ ନେଇ ଚିନ୍ତାରେ ପଡିଲେ। ତାଙ୍କ ପତ୍ନୀ ଏବଂ ପିତାଙ୍କ ସମର୍ଥନ ହେତୁ ସେ ଏହି ଚାକିରୀ ଛାଡି ତାଙ୍କ ପଥକୁ ଅନୁସରଣ କଲେ । ତାହା ହେଉଛି ତାଙ୍କ ସଙ୍ଗୀତର ରାସ୍ତା।

ଏହା ପରେ କେ.କେ ତାଙ୍କ ଜୀବନରେ ଥିବା ଅବାବକୁ ପୂରଣ କରିବା ପାଇଁ  ମୁମ୍ବାଇ ଆସିଥିଲେ। ମୁମ୍ବାଇକୁ ଆସିବା ପରେ ସେ ସଙ୍ଗୀତରେ ନିଜର ଚେଷ୍ଟା ଜାରି ରଖିଥିଲେ । ପରେ ଧିରେ ଧିରେ ବଲିଉଡ ଇଣ୍ଡଷ୍ଟ୍ରିରେ ଖ୍ୟାତି ଅର୍ଜନ କରିଥିଲେ। କୋଟି କୋଟି ଦର୍ଶକଙ୍କ ହୃଦୟରେ ତାଙ୍କରି ଗୀତ ରାଜ୍‌ କରିଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com