ଜାତୀୟ

କମିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ ହେଲା ଦାମ୍ ?

ନୂଆଦିଲ୍ଲୀ: କମିଲା ସୁନା ଦର । ସୋମବାର ସପ୍ତାହର ପ୍ରଥମ କାରବାର ଦିନରେ ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଭାରତୀୟ ଅଳଙ୍କାର ବଜାର ସୋମବାର ଉଭୟ ସୁନା ଓ ରୁପାର ଦର ଜାରି କରିଛି । ୯୯୯ ଶୁଦ୍ଧତାର ସୁନା ଦର ୧୦ ଗ୍ରାମ୍ ପିଛା ଆଜି ୫୧୦୬୪ ଟଙ୍କା ଥିବା ବେଳେ ୯୯୯  ଶୁଦ୍ଧତାର ରୁପା ଦର କେଜି ପିଛା ୬୧୦୬୭ ଟଙ୍କା ରହିଛି ।

ସୂଚନା ଅନୁସାରେ, ସୁନା ଓ ରୁପାର ଦର ଦିନକୁ ଦୁଇ ଥର ଜାରି କରାଯାଏ । ପ୍ରଥମେ ସକାଳେ ଓ ପରେ ସନ୍ଧ୍ୟାରେ ଦର ଜାରି ହୁଏ । ଇବଜାରେଟସ୍,କମ୍ ଅନୁସାରେ ୯୯୫ ଶୁଦ୍ଧତା ବିଶିଷ୍ଟ ସୁନା ଦାମ୍ ଆଜି 50860 ଟଙ୍କା ହୋଇଯାଇଛି । ୯୧୬ ଶୁଦ୍ଧତାର ସୁନା ୧୦ ଗ୍ରାମ୍ ପ୍ରତି ୪୬୭୭୫ ଟଙ୍କା ରହିଛି । ସେହିପରି ୭୫୦ ଶୁଦ୍ଧାର ସୁନା ୩୮୨୯୮ ଟଙ୍କା, ୫୮୫ ଶୁଦ୍ଧତାର ସୁନା ହ୍ରାସ ପାଇ ୨୯୮୭୨ ଟଙ୍କାରେ ବିକ୍ରି ହେଉଛି । ଏତତ୍ ବ୍ୟତୀତ ୯୯୯ ଶୁଦ୍ଧତାର ରୁପାର ଦର ସାମାନ୍ୟ ହ୍ରାସ ପାଇ ୬୧୦୬୭ ଟଙ୍କାକୁ ଖସିଛି ।

କେତେ କମିଛି ଦର

999 ଶୁଦ୍ଧତାର ସୁନା ଦାମ୍ ସୋମବାର ୧୦୫ ଟଙ୍କା ଶସ୍ତା ହୋଇଛି । ୯୯୫ ଶୁଦ୍ଧତାର ସୁନା ୧୦୪ ଟଙ୍କା, ୯୧୬ ଶୁଦ୍ଧତାର ସୁନା ୯୬ ଓ ୭୫୦ ଶୁଦ୍ଧତାର ସୁନା ୭୯ ଟଙ୍କା କମିଛି । ଏକ କେଜି ରୁପାର ଦାମରେ ୫୦୯ ଟଙ୍କା ହ୍ରାସ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ୨୨ କ୍ୟାରେଟ୍ ସୁନାରେ ୯୧୬, ୨୧ କ୍ୟାରେଟରେ ୮୭୫, ୧୮ କ୍ୟାରେଟରେ ୭୫୦ ଓ ୧୪ କ୍ୟାରେଟରେ ୫୮୫ ବୋଲି ଲେଖାଯାଇଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com