ଜାତୀୟ

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ରାଣା ଦମ୍ପତି

ମୁମ୍ବାଇ() ହନୁମାନ ଚାଳିଶା ବିବାଦରେ ଫସି ଗିରଫ ହୋଇଥିବା ମହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ବାମୀ ବିଧାୟକ ରବି ରାଣା ରହିବେ ଜେଲରେ । ଆଜି କୋର୍ଟରେ ହାଜର ହେବା ପରେ ମାମଲାର ବିଚାର କରି ବିନ୍ଦ୍ରା କୋର୍ଟ ରାଣା ଦମ୍ପତିଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏବେ ମେ’ ୬ ତାରିଖ ପର୍ଯ୍ୟନ୍ତ ଉଭୟ ଜେଲରେ ରହିବେ । ଗତକାଲି ଗିରଫ ହେବା ପରେ ଉଭୟ ସ୍ବାମୀ ସ୍ତ୍ରୀ ଜେଲରେ କାଟିଥିବା ବେଳେ ଆଜି ଜାମିନ ମିଳିଯିବ ବୋଲି ଆଶା କରୁଥିଲେ । ହେଲେ କୋର୍ଟ ସେମାନଙ୍କୁ ଜେଲକୁ ପଠାଇ ଦେଇଛନ୍ତି ।

ସୂଚନାଯୋଗ୍ୟ, ଶନିବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ‘ମାତୋଶ୍ରୀ’ ଆଗରେ ହନୁମାନ ଚାଳିଶା ପାଠ କରିବାକୁ ନଭନୀତି ଏବଂ ତାଙ୍କ ସ୍ବାମୀ ଘୋଷଣା କରିଥିଲେ । ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । ଶହ ଶହ ଶିବସେନା ସମର୍ଥନ ରାଣା ଦମ୍ପତିଙ୍କ ଘର ଆଗରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ସେତିକି ନୁହେଁ, ଉତ୍ତପ୍ତ ଶିବସେନା କର୍ମୀ ବାରିକେଡ ଭାଙ୍ଗି ରାଣା ଦମ୍ପତିଙ୍କ ଘରେ ପଶିବାକୁ ମଧ୍ୟ ଚେଷ୍ଟା କରିଥିଲେ । ପୂରା ଦିନ ଏମାନଙ୍କ ଘର ଆଗରେ ଶିବସେନା କର୍ମୀ ଉତ୍ପାତ ମଚାଇଥିଲେ । ଏହାରି ଭିତରେ ଅପରାହ୍ଣ ପ୍ରାୟ ସାଢେ ୫ଟା ବେଳେ ପୋଲିସ ରାଣା ଦମ୍ପତିଙ୍କୁ ଗିରଫ କରିବାକୁ ତାଙ୍କ ଘରେ ପହଞ୍ଚି ଥିଲେ । ଯାହାକୁ ନେଇ ଉଭୟଙ୍କର ପୋଲିସ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଶେଷରେ ପୋଲିସ ସେମାନଙ୍କୁ ଗିରଫ କରି ଖାର ପୋଲିସ ଷ୍ଟେସନକୁ ନେଇଥିଲା । ସେଠାରେ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com