ଜାତୀୟ

ସୁଟ୍ ଛାଡି ଧୋତି ପିନ୍ଧିଲେ ମୋଦୀଙ୍କ ସୁରକ୍ଷାରେ କାର୍ଯ୍ୟରତ ଥିବା SPG କମାଣ୍ଡୋ

ଜାନୁଆରୀ 22ରେ ହେବାକୁ ଯାଉଛି ଶ୍ରୀ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା | ଏଥିପାଇଁ ପୁରା ବିଶ୍ୱ ଉତ୍ସବ ମୁଖର | ହେଲେ ଏହା ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 11 ଦିନର ଏକ ଅନୁଷ୍ଠାନ ଆରମ୍ଭ କରିଛନ୍ତି | ପ୍ରାଣପ୍ରତିଷ୍ଠା ଦିନ ପର୍ଯ୍ୟନ୍ତ ସେ ଅନେକ ବିଶେଷ ନିୟମର ପାଳନ କରିବେ | 11 ଦିନର ଏହି ଅନୁଷ୍ଠାନର ଆରମ୍ଭ ସେ ନାସିକର କାଲା ରାମ ମନ୍ଦିର ରୁ ଆରମ୍ଭ କରିଥିଲେ | ସେହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦି କେରଳର ଗୁରୁବାୟୁର ମନ୍ଦିରରେ ପହଞ୍ଚିଥିଲେ |

ଯାହାର ଭିଡ଼ିଓ ଏବଂ ଅନେକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ କାର୍ଯ୍ୟରତ ଥିବା SPG କମାଣ୍ଡୋଙ୍କୁ ନେଇ ଏବେ ଚର୍ଚ୍ଚା କରାଯାଉଛି | ସେହି ଚର୍ଚ୍ଚା ଟି ହେଲା, ସବୁବେଳେ ଶୁଟ ପିନ୍ଧି ମୋଦିଙ୍କୁ ସୁରକ୍ଷା ଦେଉଥିବା କମାଣ୍ଡୋ ମନ୍ଦିରର ନିୟମର ରକ୍ଷା ପାଇଁ ଧୋତି ପିନ୍ଧି ତାଙ୍କୁ ସୁରକ୍ଷା ଦେଇଛନ୍ତି |

ଗୁରୁବାୟୁର ମନ୍ଦିରର ପରିକ୍ରମା କରୁଥିବା ବେଳେ ନରେନ୍ଦ୍ର ମୋଦିଙ୍କୁ ଧୋତି ପିନ୍ଧିବାର ଦେଖା ଯାଇଛି | ତେବେ ତାଙ୍କସହ ତାଙ୍କର SPG କମାଣ୍ଡୋମାନେ ମଧ୍ୟ ଧୋତି ପିନ୍ଧି ମନ୍ଦିରକୁ ଯାଇଥିଲେ | କିଛି କମାଣ୍ଡୋ ମୋଦିଙ୍କ ଆଗରେ ଚାଲୁଥିବା ବେଳେ କିଛି କମାଣ୍ଡୋ ତାଙ୍କ ପଛରେ ଚାଲୁଥିବାର ଦେଖିବାକୁ ମିଳିଛି | ଯେତେବେଳେ ମୋଦି ମନ୍ଦିର ଭିତରେ ଭଗବାନଙ୍କ ଦର୍ଶନ କରିବାକୁ ଯାଇଥିଲେ ସେତେବେଳେ ଅନେକ କମାଣ୍ଡୋ ମନ୍ଦିର ବାହାରେ ଛିଡା ହୋଇଥିଲେ | ସେହି କମାଣ୍ଡୋମାନେ ବ୍ଲାକ ଶୁଟ ପିନ୍ଧିଥିବା ବେଳେ ଯେଉଁମାନେ ମୋଦିଙ୍କ ସହ ମନ୍ଦିର ଭିତରେ ପ୍ରବେଶ କରିଥିଲେ ସେମାନଙ୍କୁ ଧୋତି ପିନ୍ଧିବାକୁ ହେଲା | ଏହାକୁ ନେଇ ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଲାଗି ରହିଛି |

Related Articles

Back to top button
WP Twitter Auto Publish Powered By : XYZScripts.com