Featuredଅନ୍ତର୍ଜାତୀୟଜାତୀୟରାଜନୀତି

ଏଲିଜାବେଥ ବୋର୍ନ ଏବଂ ଫ୍ରାନ୍ସ ସିନେଟ ଅଧ୍ୟକ୍ଷଙ୍କୁ ଭେଟିଲେ ମୋଦି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନଙ୍କୁ ସାକ୍ଷାତ କରିଛନ୍ତି। ବିଶ୍ଵର ଦୁଇ ତୁଙ୍ଗ ନେତୃତ୍ଵଙ୍କ ମଧ୍ୟରେ ଅର୍ଥନୈତିକ, ବାଣିଜ୍ୟ, ଶକ୍ତି, ପରିବେଶ, ଶିକ୍ଷା, ପରିବହନ, ରେଳବାଇ, ଡିଜିଟାଲ ଭିତ୍ତିଭୂମି, ମ୍ୟୁଜିଓଲୋଜି ଏବଂ ଜନସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା।

prime-minister-narendra-modi-meeting-with-the-president-of-the-senate-of-france

ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବହୁମୁଖୀ ସହଯୋଗକୁ ଆହୁରି ଗଭୀର କରିବାକୁ ଉଭୟ ପକ୍ଷ ସେମାନଙ୍କର ଇଚ୍ଛା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ଫ୍ରାନ୍ସ ସିନେଟ ଅଧ୍ୟକ୍ଷ ଜେରାଡ ଲର୍ଚରଙ୍କୁ ମଧ୍ୟ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସାକ୍ଷାତକାରରେ ଭାରତ-ଫ୍ରାନ୍ସ ସହଭାଗିତାର ଆଧାର ଭାବେ ‘ଗଣତନ୍ତ୍ର, ସ୍ୱାଧୀନତା ଏବଂ ସମାନତା’ ଉପରେ ଫୋକସ କରିଥିଲେ। ସେହିପରି ଜି-୨୦କୁ ନେଇ ଭାରତର ପ୍ରାଥମିକତା, ଟେକ୍ନୋଲୋଜିର ବ୍ୟବହାରରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦୁଇ ସଦନ ମଧ୍ୟରେ ସହଯୋଗ ସମେତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଉଭୟ ପକ୍ଷର ଉପକାରକୁ ଗୁରୁତ୍ଵ ଦିଆଯାଇଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com