ଜାତୀୟମନୋରଞ୍ଜନ

ନୋରା ଫତେହିଙ୍କ ଚାଲି ଦେଖି ଥଟ୍ଟା କଲେ ଫ୍ୟାନ୍ସ, ମଲାଇକାଙ୍କ ସହ କଲେ କମ୍ପେୟାର: କହିଲେ ଜଣାନାହିଁ ଚାଲି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ପାଇଁ ପ୍ରଶଂସକଙ୍କ କ୍ରେଜ୍ ଆକାଶ ଛୁଇଁବା ସଂଗେ ସମାନ । ନୋରାଙ୍କ ନୃତ୍ୟ ସହ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ ଏବଂ କଥାକୁ ଲୋକେ ଖୁବ ଚର୍ଚ୍ଚା କରନ୍ତି । ନୋରାଙ୍କ ଏକ ନୂଆ ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଏଥର କିନ୍ତୁ ଫ୍ୟାନ୍ସମାନଙ୍କର ପ୍ରିୟ ନୋରା ଜବରଦସ୍ତ ଟ୍ରୋଲ ହେବାରେ ଲାଗିଛନ୍ତି । ଜାଣନ୍ତୁ କାରଣ କଣ?

 

View this post on Instagram

 

A post shared by Bollywood Pap (@bollywoodpap)

କାହିଁକି ଟ୍ରୋଲ ହେଲେ ନୋରା:
ନୋରା ଫତେହି ନୂଆ ଭିଡିଓରେ ସବୁଥର ଭଳି ଗ୍ଲାମରସ ଅନ୍ଦାଜରେ ନଜର ଆସନ୍ତି । ପ୍ରିଣ୍ଟେଡ୍ ବଡିକନ ଡ୍ରେସ୍ ଏବଂ ହାଇ ହିଲ୍ସରେ ନୋରାଙ୍କ ଅନ୍ଦାଜ ଦେଖିବା ଭଳି ଥାଏ । ନ୍ୟୁଡ୍ ଗ୍ଲୋଇଙ୍ଗ ମେକ ଅପ୍ ଏବେ ହାଇ ପୋନିଟେଲରେ ନୋରା ସୁପର ଗ୍ଲାମରସ ଦେଖାଯାଉଛନ୍ତି । ତଥାପି ଲୋକେ ତାଙ୍କୁ ପ୍ରଶଂସା କରିବା ବଦଳରେ ଟ୍ରୋଲ କରୁଛନ୍ତି ।

ସୂଚନା ଥାଉକି, ନୋରା ଫଟୋ ପୋଜ ଦେଉଥିଲେ । ଏହି ସମୟରେ ସେ ଏମିତି ଚାଲି ଚାଲି ଆସିଲେ ଯେ, ଫ୍ୟାନ୍ସ କହିଲେ ନୋରା ମଲାଇକାଙ୍କ ଭଳି ଚାଲିବାକୁ ଚେଷାଟ କରୁଛନ୍ତି । ନୋରାଙ୍କ ଚାଲିଙ୍କୁ ମଲାଇକାଙ୍କ ସହ କମ୍ପେୟାର କରାଯାଇଛି । ଆମେ ଏଠାରେ କହିରଖୁ ଯେ, ମଲାଇକା ଚାଙ୍କ ଚାଲିକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com