ଜାତୀୟବାଣିଜ୍ୟ

ଆମାଜନକୁ ବଡ ଝଟକା : ଫ୍ୟୁଚର୍ ଗ୍ରୁପ୍ ମାମଲାରେ ଲାଗିଲା ୨୦୦ କୋଟି ଟଙ୍କା ଫାଇନ୍

ନୂଆଦିଲ୍ଲୀ: ଆମାଜନକୁ ବଡ ଝଟକା । ନ୍ୟାଶନାଲ କମ୍ପାନୀ ଲ ଆପିଲିଟି ଟ୍ରିବ୍ୟୁନାଲ ବା ଏନସିଏଲଏଟି ସୋମବାର ଆମେରିକାର ଇ-କମର୍ସ କମ୍ପାନୀ ଆମାଜନକୁ ବଡ ଝଟକା ଦେଇଛି । ଟ୍ରିବ୍ୟୁନାଲ ଆମାଜନ-ଫ୍ୟୁଚର ଗ୍ରୁପକୁ ନେଇ ଆଦେଶ ଜାରି କରିଛନ୍ତି । ଏହାସହ ୪୫ ଦିନ ମଧ୍ୟରେ ୨୦୦ କୋଟି ଟଙ୍କା ଫାଇନ୍ ଦେବାକୁ ଆମାଜନକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାର ତାରିଖ ଜୁନ ୧୩ରୁ ଆରମ୍ଭ ହୋଇଯାଇଛି ।

ଏନସିଏଲଏଟି ଏହାସହ ୨୦୧୯ରେ ଆମାଜନ ଓ ଫ୍ୟୁଚର ଗ୍ରୁପ୍ ମଧ୍ୟରେ ଏକ ନିବେଶ ଚୁକ୍ତିକୁ ବାତିଲ କରିବା ପାଇଁ କମ୍ପିଟେସନ କମିଶନ ଅଫ୍ ଇଣ୍ଡିଆ ବା ସିସିଆଇ ଆଦେଶକୁ ମଧ୍ୟ କାଏମ ରଖିଛନ୍ତି । ଏନସିଏଲଏଟି ସିସିଆଇର ଆଦେଶକୁ କାଏମ ରଖି କହିଥିଲେ ଯେ, ଆମାଜନ ଫ୍ୟୁଚର୍ ରିଟେଲ୍ ଲିମିଟେଡରେ ନିଜର ରଣନୈତିକ ହିତ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହିଁ । ବନ୍ଦ ହୋଇଯାଇଥିବା ରିଟେଲ୍ ଷ୍ଟୋର୍ ଚେଟ୍ ବିଗ୍ ବଜାରର ସଞ୍ଚାଳନ ଫ୍ୟୁଚର୍ ଲିମିଟେଡ୍ ହିଁ କରୁଥିଲା ।

ସିସିଆଇ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଇଥିଲା ଆମାଜାନ୍

ସିସିଆଇ ମଧ୍ୟ ନିବେଶ ବାବଦୀୟ ଚୁକ୍ତିକୁ ବାତିଲ କରି କହିଥିଲେ ଯେ, ଆମାଜନ ଅନେକ ତଥ୍ୟ ଲୁଚାଇଛି । ଅନେକ ପ୍ରାସଙ୍ଗିକ ଜସ୍ତାବିଜ ଦେବାରେ କମ୍ପାନୀ ବିଫଳ ହୋଇଛି ।

ସୂଚନାଯୋଗ୍ୟ, ସିସିଆଇ ୨୦୧୯ରେ ଆଦେଶ ଜାରି କରି ଆମାଜନ-ଫ୍ୟୁଚର ଗ୍ରୁପର ଚୁକ୍ତିକୁ ବାତିଲ କରିଥିଲେ । ଏହି ଆଦେଶକୁ ଆମାଜନ ଏନସିଏଲଏଟିରେ ଚ୍ୟାଲେଞ୍ଚ୍ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com