ବାଣିଜ୍ୟ

ନକଲି ଭିସା ପାଇଁ ଫସିଲେ ୭୦୦ ଭାରତୀୟ

ଭୁବନେଶ୍ୱର, ୧୮/୦୩/୨୦୨୩ –   ଖର୍ଚ୍ଚ ବାବଦରେ ଜଣଙ୍କ ପିଛା ୧୬ ଲକ୍ଷରୁ ୨୦ ଲକ୍ଷ ନେଇଥିଲା ଦଲାଲ।  ସିକ୍ୟୁରିଟି ଡିପୋଜିଟ୍ ଫ୍ଲାଇଟ  ଟିକେଟ୍ ଖର୍ଚ୍ଚ ପୁଣି ଅଲଗା । ଆଉ ସବୁକିଛି ବୁଡିଗଲା ଠକ ଦଲାଲର ମାୟା ଜାଲରେ ।  ଜଣେ କି ୨ ଜଣ ନୁହଁ  ପ୍ରାୟ ୭୦୦ ଛାତ୍ର  ଏମିତି ହାଇଟେକ ଠକାମିର ଶିକାର ହୋଇଛନ୍ତି ।

୨୦୧୮ରୁ ୨୨ ମଧ୍ୟରେ ଏମାନେ ସମସ୍ତେ ଷ୍ଟଡି ଭିସା ପାଇଁ ଆବେଦନ କରିଥିଲେ ।  ସେମାନଙ୍କୁ ଷ୍ଟଡି ଭିସା ବି ମିଳିଥିଲା। କିନ୍ତୁ ଟରଂଟୋରେ ପହଞ୍ଚିବାପରେ ଭିସା ଏଜେଣ୍ଟ  ସମସ୍ତଳ୍କୁ ସେମାନଙ୍କ ନାମଲେଖା ବାତିଲ ହୋଇଥିବା କହିଥିଲେ। ଏହାପରେ ସେମାନଙ୍କୁ ଅନ୍ୟ କଲେଜରେ  ନାମ ଲେଖାଇବା ପାଇଁ ଆଉ ୬ ମାସ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏପରିକି  ବିଶ୍ବାସକୁ ଆହୁରି ସୁଦୃଢ଼ କରିବାପାଇଁ ଦଲାଲ ମିଶ୍ରା ସେମାନଙ୍କ ଟଙ୍କା ଫେରାଇ ଦେଇଥିଲେ।

ଏହାପରେ ଏହି ଛାତ୍ରମାନେ ଅନ୍ୟ ଏକ କଲେଜରେ  ନିଜର  ପାଠ ପଢ଼ାଶେଷ କରିଥିଲେ । କାନାଡ଼ାରେ କାମ କରିବାପାଇଁ ଏହି ଛାତ୍ରମାନେ P.R. ବା ସ୍ଥାୟୀ ବସବାସ ପାଇଁ ଆବେଦନ କରିଥିଲେ। କିନ୍ତୁ ସିବିଏସ୍ ଅଧିକାରୀମାନେ ଯାଞ୍ଚ କରିବାରୁ ଏହା ନକଲି ଆଡମିଶନ ଲେଟର ବୋଲି ଜଣା ପଡିଥିଲା । ଏହି ଜାଲିଆତି ଧରା ପଡ଼ିବାପରେ ଛାତ୍ରମାନଙ୍କୁ ଡିପୋର୍ଟେସନ୍ ଲେଟର ଦିଆଯାଇଛି। ସେପଟେ ଛାତ୍ରମାନେ ଠକେଇର ଶିକାର ହୋଇଥିବା ନେଇ ସିବିଏସଏ ନିକଟରେ ଦାବି କରିଥିଲେ ବି ପ୍ରମାଣ ଅଭାବରୁ ଅଧିକାରୀମାନେ ଏହାକୁ ଗ୍ରହଣ କରିନାହାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com