ବାଣିଜ୍ୟ

୬ଟି ଫସଲର ନୂଆ ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୮ /୧୦/୨୦୨୨-   ଦୀପାବଳି ପୂର୍ବରୁ କୃଷକଙ୍କୁ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ବୃଦ୍ଧି କଲେ  ୬ଟି ଫସଲ ପାଇଁ ନୂଆ ଏମଏସପି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳ ଆଗାମୀ ରବି ଋତୁ ୨୦୨୩-୨୪ ପାଇଁ ରବି ଫସଲର ଏମଏସପିକୁ ମଞ୍ଜୁରୀ ଦେଇଛନ୍ତି । ବିଭିନ୍ନ ଫସଲ ପାଇଁ ଏମଏସପି ନିର୍ଦ୍ଧାରଣ ହୋଇଛି । ମସୁର ପାଇଁ କ୍ୱିଣ୍ଟାଲ ପ୍ରତି ଏମଏସପି ୫ ଶହ ଟଙ୍କା ଥିବା ବେଳେ, ଗହମ ପାଇଁ ପୂର୍ବ ଏମଏସପିରେ ୧୧୦ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ଚଣାରେ ୧୦୫ , ସୋରିଷରେ ୪୦୦ ଏବଂ କୁସୁମର ଏମଏସପି ୨୦୯ ଟଙ୍କା ବୃଦ୍ଧି କରାଯାଇଛି । ଏନେଇ ଅନେକ ସମୟରୁ ଦାବି ହେଉଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com