ବାଣିଜ୍ୟ

ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ଚଳିତବର୍ଷ ତଥ୍ୟରେ ଭାରତ ୧୦୭ ତମ ସ୍ଥାନରେ

ନୂଆଦିଲ୍ଲୀ, ୧୫ /୧୦/୨୦୨୨ –  ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ଚଳିତବର୍ଷ ତଥ୍ୟ ଭାରତର ଚିନ୍ତା ବଢାଇଛି । ୧୨୧ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୭ରେ ରହିଛି । ଏହି ତାଲିକାରେ ପଡୋଶୀ ଦେଶଗୁଡିକ ଭାରତ ତୁଳନାରେ ଭଲ ସ୍ଥିତିରେ ରହିଛନ୍ତି । ଶ୍ରୀଲଙ୍କା ୬୪ସ୍ଥାନରେ, ମିଆଁମାର ୭୧ , ନେପାଳ ୮୧, ବାଲାଂଦେଶ ୮୪, ଏବଂ ପାକିସ୍ତାନ ୯୯ ତମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଚାଇନା, ତୁର୍କୀ, କୁଏତ ଭଳି ୧୭ଟି ଦେଶ ବିଶ୍ୱ କ୍ଷୁଧା ସୁଚୀର ଶୀର୍ଷ ସ୍ଥାନରେ ଅଛନ୍ତି ।

୨୦୧୪ରୁ ୨୦୨୨ ମଧ୍ୟରେ ଭାରତରେ ଶିଶୁ ଅପପୃଷ୍ଟି ୩୮.୭ ପ୍ରତିଶତରୁ ଖସି ୩୫.୫ ପ୍ରତିଶତ ରହିଛି । ସେହିପରି ଶିଶୁ ମୃତ୍ୟୁହାର ମଧ୍ୟ ୪.୬ ପ୍ରତିଶତରୁ ୩.୩ ପ୍ରତିଶତକୁ ହ୍ରାସ ପାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ୨୦୧୪ରେ ଭାରତର ଜିଏସଆଇ ସ୍କୋର ୨୮.୨ ପ୍ରତିଶତ ରହିଥିବା ବେଳେ ବର୍ତମାନ ଏହା ୨୯.୧ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଆଦୌ ଭଲ ସଙ୍କେତ ନୁହେଁ । ଏବେଠୁ ଏଥିପ୍ରତି ଦୃଷ୍ଟି ନଦେଲେ, ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ୟୁନିସେଫ୍, ବିଶ୍ୱବ୍ୟାଙ୍କ, ଖାଦ୍ୟ ଓ କୃଷି ସଙ୍ଗଠନ ସମେତ ଜାତିସଙ୍ଘ ଓ ଅନ୍ୟାନ୍ୟ ବହୁଦେଶୀୟ ସଙ୍ଗଠନରୁ ସଂଗୃହୀତ ତଥ୍ୟ ଆଧାରରେ ଏହି ତାଲିକା ପ୍ରସ୍ତୁତି କରାଯାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com