ଅନ୍ତର୍ଜାତୀୟଜାତୀୟବାଣିଜ୍ୟ

ଭୁଶୁଡିଲା ବଜାର, ୧୦୦୦ରୁ ଅଧିକ ପଏଣ୍ଟ ଖସିଲା ସେନସେକ୍ସ

ନୂଆଦିଲ୍ଲୀ: ଆମେରିକା ବଜାର ପରେ ସପ୍ତାହର ପ୍ରଥମ ଦିନରେ ଭାରତୀୟ ସେୟାର ବଜାର ଧରାଶାୟୀ ହୋଇ ପଡିଛି । ଦରବୃଦ୍ଧି ପରେ ଆମେରିକା ସେୟାର ମାର୍କେଟ ଶୁକ୍ରବାର ଲାଲ୍ ରଙ୍ଗରେ ବନ୍ଦ ହୋଇଥିଲା । ଏହାର ପ୍ରଭାବ ଅନ୍ୟ ଦେଶର ସେୟାର ବଜାରରେ ପଡିବ ବୋଲି ଆଶଙ୍କା କରାଯାଉଥିଲା । ଯାହା ଭାରତୀୟ ବଜାରରେ ଦେଖିବାକୁ ମିଳିଛି ।

ସେନସେକ୍ସ ସୋମବାର କାରବାର ଆରମ୍ଭରୁ ୧୨୦୦ ଅଙ୍କରୁ ଅଧିକ ଖସିଥିଲା । ଏବେ ୫୩୦୦୦ ତଳେ କାରବାର ଟ୍ରେଣ୍ଡ୍ କରୁଛି । ନିଫ୍ଟି ମଧ୍ୟ ୩୫୦ ଅଙ୍କ ଖସିଛି । ଏହା ୧୫୮୫୦ ତଳେ ରହିଛି । ବ୍ୟାଙ୍କ୍ ନିଫ୍ଟି ମଧ୍ୟ ୩୩୫୦୦ ତଳକୁ ଖସି ଆସିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଆମେରିକାରେ ମହଙ୍ଗା ଦର ଆଶିଥିଲା । ଯାହା ୪୦ ବର୍ଷର ରେକର୍ଡ ଭାଙ୍ଗିଥିଲା । ସେଠାରେ ମଧ୍ୟ ମାର୍କେଟ୍ ଧରାଶାୟୀ ହୋଇଥିଲା ।

ସେହିପରି ଡାଉ ଜୋନ୍ସ ଶୁକ୍ରବାର ୮୮୦ ଅଙ୍କ ଅର୍ଥାତ ୨.୭୩ ପ୍ରତିଶତ ଓ ନାସଡେକ୍ ୪୧୪ ଅଙ୍କ ଅର୍ଥାତ ୩.୫୨ ପ୍ରତିଶତ ହ୍ରାସ ପାଇଥିଲା । ସୋମବାର ସବୁ ଦେଶର ବଜାର କ୍ଷତିରେ ଚାଲୁଥିବା ପରିଲକ୍ଷିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com