ଜାତୀୟଶିକ୍ଷା

CBSE ଜାରି କଲା ଦଶମ ଏବଂ ଦ୍ବାଦଶ ଶ୍ରେଣୀ ଟର୍ମ-୨ ପରୀକ୍ଷାର ଆଡମିଟ୍ କାର୍ଡ, ଏମିତି କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ() ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଦଶମ ଏବଂ ଦ୍ବାଦଶ ଟର୍ମ ୨ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରିଛି । ସମସ୍ତ ସ୍କୁଲ ବୋର୍ଡ ପରୀକ୍ଷାର ଟର୍ମ ୨ର ଆଡମିଟ୍ କାର୍ଡ ଅନଲାଇନ୍ ଡାଉନଲୋଡ୍ କରିପାରିବେ । ଛାତ୍ରଛାତ୍ରୀ ସିବିଏସଇର ଓ୍ବେବସାଇଟ୍ cbse.gov.in ଏବଂ cbse.nic.in ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ସିବିଏସଇ ୨୦୨୨ର ଟର୍ମ ୨ ପରୀକ୍ଷା ଅଫଲାଇନ୍ ମୋଡ୍‌ରେ ଅପ୍ରେଲ ୨୬ରୁ ଅନୁଷ୍ଠିତ ହେବ । ଟର୍ମ ୨ ପରୀକ୍ଷାରେ ୫୦% ସିଲାବସ୍ ରୁ ପ୍ରଶ୍ନ ଆସିବ । ଛାତ୍ରଛାତ୍ରୀମାନେ ଧ୍ୟାନ ଦେବା ଉଚିତ୍ ଯେ, ସିବିଏସଇ ଟର୍ମ ୨ ପରୀକ୍ଷାରେ ଉଭୟ ସବଜେକ୍ଟିଭ୍ ଏବଂ ଅବଜେକ୍ଟିଭ୍ ଉଭୟ ପ୍ରକାରର ପ୍ରଶ୍ନ ରହିବ । ଯେଉଁଥିରେ କେସ୍ ଆଧାରିତ, ପରିସ୍ଥିତି ଭିତ୍ତିକ ଏବଂ ଦୀର୍ଘ ଏବଂ ସଂକ୍ଷିପ୍ତ ଉତ୍ତର ବିଶିଷ୍ଟ ଟାଇପ୍ ପ୍ରଶ୍ନ ପଚରାଯିବ । ଟର୍ମ ୨ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ୨ଘଣ୍ଟା ସମୟ ଦିଆଯିବ ।

ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ପ୍ରଥମେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in କୁ ଯାଆନ୍ତୁ ।ଏହାପରେ ହୋମ୍‌ ପେଜ୍‌ରେ ଥିବା ଇ-ପରୀକ୍ଷା ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ । ଆଡମିଟ୍ କାର୍ଡ ୨୦୨୧-୨୨ ପାଇଁ ଥିବା ଲିଙ୍କରେ କ୍ଲିକ୍ କରନ୍ତୁ । ଲଗ୍ଇନ୍ କରିବାକୁ ଆପଣଙ୍କର ୟୁଜର ଆଇଡି, ପାସୱାର୍ଡ ଏବଂ ସିକ୍ୟୁରିଟି ପିନ୍ ଦିଅନ୍ତୁ । ଲଗ୍ ଇନ୍ କରିବା ପରେ ଆଡମିଟ୍ କାର୍ଡ ଆପଣଙ୍କ ସ୍କ୍ରିନରେ ଡିସପ୍ଲେ ହେବ । ଏବେ ଆପଣଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରନ୍ତୁ । ରେଫରେନ୍ସ ପାଇଁ ଏକ ପ୍ରିଣ୍ଟ ବାହାର କରନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com