Featuredଜାତୀୟରାଜନୀତି

ରାହୁଲଙ୍କ ସହ ସାକ୍ଷାତ ପରେ ବରୁଣ ଗାନ୍ଧିଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା

ଦେଶର ଏକ ପ୍ରମୁଖ ରାଜନୈତିକ ପରିବାରର ଦୁଇ ସଂପର୍କୀୟ । ରାହୁଲ ଗାନ୍ଧୀ ଓ ବରୁଣ ଗାନ୍ଧୀ । ଜଣେ କଂଗ୍ରେସର ତ ଆଉ ଜଣେ ବିଜେପିର ପ୍ରମୁଖ ଚେହେରା । ହେଲେ ଗାନ୍ଧୀ ପରିବାରର ଏହି୨ ସଦସ୍ୟଙ୍କ ଭେଟଘାଟକୁ ନେଇ ଏବେ ଚର୍ଚ୍ଚା ଜୋର । ଉଭୟଙ୍କ ସାକ୍ଷାତ ପରେ ଆରମ୍ଭ ହୋଇଗଲାଣି ନାନା କଳ୍ପନାଜଳ୍ପନା ।

ରାହୁଲଙ୍କ ସହ କଥାବର୍ତା ପରେ ବରୁଣ ଗାନ୍ଧୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚାଲିଛି ଆଲୋଚନା । କୁହାଯାଉଛି କୁଆଡେ କଂଗ୍ରେସରେ ମିଶିପାରନ୍ତି ବରୁଣ । କାରଣ ବରୁଣ ଗାନ୍ଧୀ ଏବଂ ମାନେକା ଗାନ୍ଧୀଙ୍କୁ ଗତ କିଛି ମାସ ମଧ୍ୟରେ ବିଜେପିର ପ୍ରମୁଖ ବୈଠକରେ ଦେଖିବାକୁ ମିଳି ନାହିଁ। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନଙ୍କ ମତ ଦଳଠାରୁ ଭିନ୍ନ । ତେଣୁ ହୁଏତ ବରୁଣ ପଦ୍ମ ଛାଡି ହାତ ଧରିବା ସମ୍ଭାବନା ଦେଖାଦେଇଛି ।

ଏଠାରେ କହିରଖୁଛୁ ଯେ, ରାହୁଲ ଗାନ୍ଧୀ ଗତ ତିନି ଦିନ ଧରି ଉତ୍ତରାଖଣ୍ଡର କେଦାରନାଥରେ ଥିବାବେଳେ ବରୁଣ ଗାନ୍ଧୀ ମଙ୍ଗଳବାର ତାଙ୍କ ପରିବାର ସହିତ କେଦାରନାଥ ପରିଦର୍ଶନ କରିଥିଲେ । ପରେ ମନ୍ଦିର ବାହାରେ ଉଭୟ ଗାନ୍ଧୀଙ୍କ ସହ କିଛି ସମୟ ଧରି ଚାଲିଥିଲା ବାର୍ତାଳାପ । ତେବେ ଯଦିଓ ଦୁଇ ସମ୍ପର୍କୀୟ ଭାଇ ସାକ୍ଷାତ କରନ୍ତି ନାହିଁ, ତଥାପି ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି।

ଏହାପୂର୍ବରୁ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ପଞ୍ଜାବରେ କହିଥିଲେ ମୁଁ ନିଶ୍ଚିତ ଭାବରେ ବରୁଣ ଗାନ୍ଧୀଙ୍କୁ ପ୍ରେମ ଏବଂ ଆଲିଙ୍ଗନ କରିପାରିବି, କିନ୍ତୁ ମୁଁ ତାଙ୍କ ଆଦର୍ଶକୁ ଗ୍ରହଣ କରିପାରିବି ନାହିଁ। କିନ୍ତୁ ଏବେ ଉଭୟଙ୍କ ଭେଟଘାଟ ପରେ ରାଜନୈତିକସ୍ତରରେ ଆରମ୍ଭ ହୋଇଛି ନାନା କଳ୍ପନା ଜଳ୍ପନା ।

Related Articles

Back to top button
WP Twitter Auto Publish Powered By : XYZScripts.com