ବାଣିଜ୍ୟ

ଜାନୁଆରୀ ୧ରୁ ବଢ଼ିବ ସ୍ୱଳ୍ପ ସଞ୍ଚୟ ଯୋଜନାର ସୁଧହାର

ନୂଆଦିଲ୍ଲୀ, ୩୧/୧୨/୨୦୨୨-   ଡାକଘର ଗ୍ରାହକଙ୍କ ପାଇଁ ସ୍ୱଳ୍ପ ସଞ୍ଚୟ ଯୋଜନାର ସୁଧହାର ବଢ଼ାଇଛନ୍ତି କେନ୍ଦ୍ର ସରକାର । RD,  NSC ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ଗ୍ରାହକଙ୍କୁ ଅଧିକ ସୁଧ ମିଳିବ । କାରଣ ଏସବୁ ଯୋଜନା ଉପରେ ସରକାର ସୁଧ ହାର ବୃଦ୍ଧି କରିଛନ୍ତି । ଏହି ସୁଧହାର ବୃଦ୍ଧି ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ । ଏହି ଯୋଜନାଗୁଡ଼ିକର ସୁଧ ହାର ବର୍ତ୍ତମାନ ୧.୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଡାକଘର ଗ୍ରାହକଙ୍କ ପାଇଁ କେନ୍ଦ୍ର ସରକାର ଦେଇଛନ୍ତି ନୂଆ ବର୍ଷ ଭେଟି । ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ବା PPF ଏବଂ ସୁକନ୍ୟା ସମୃଦ୍ଧିର ସୁଧହାରକୁ ଅପରିବର୍ତ୍ତିତ  ରଖାଯାଇଛି ।

ଜାନୁଆରୀ ପହିଲାରୁ ଜାତୀୟ ସଞ୍ଚୟ ପ୍ରମାଣପତ୍ର ବା NSC ରେ ସୁଧହାର ୭ ପ୍ରତିଶତ, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାର ସୁଧହାର ବର୍ତ୍ତମାନର ୭.୬ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି କରାଯାଇଛି, ମାସିକ ଆୟ ଯୋଜନାର ସୁଧହାରକୁ ୬.୭ ପ୍ରତିଶତ ପରିବର୍ତ୍ତେ ୭.୧ ପ୍ରତିଶତ, ବର୍ଷିକିଆ ଡାକଘର ଜମା ଯୋଜନାରେ ୬.୫ ପ୍ରତିଶତ ଓ ୨ ବର୍ଷିଆ ପରେ ୬.୮ ପ୍ରତିଶତ ସୁଧ ମିଳିବ ସୁଧ ମିଳିବ ।

Related Articles

Back to top button
WP Twitter Auto Publish Powered By : XYZScripts.com