ବାଣିଜ୍ୟ

କେନ୍ଦୁପତ୍ରରୁ GST ଛାଡ଼ ପାଇଁ ଦାବି କଲେ ସାଂସଦ

ଭୁବନେଶ୍ୱର, ୧୦/୧୨/୨୦୨୨ –  କେନ୍ଦୁପତ୍ରରୁ GST ଛାଡ଼ କରିବାକୁ ରାଜ୍ୟସଭାରେ ଦାବି କଲେ ବିଜେଡି ସାଂସଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେନ୍ଦୁପତ୍ର ଉପରୁ GST ଉଠାଇବାକୁ ଅନୁରୋଧ କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ।  କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଏହା ଉପରେ କୌଣସି ନିଷ୍ପତ୍ତି ନେଇନଥିବା ସାଂସଦ କହିଛନ୍ତି । ଓଡିଶାର ୮ ଲକ୍ଷ ଆଦିବାସୀ ଓ ମହିଳା କେନ୍ଦୁପତ୍ର ତୋଳି ଗୁଜରାଣ ମେଣ୍ଟାଉଛନ୍ତି । କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ GST ଲାଗୁ କରିଥିବାରୁ ଏହା ଗରିବ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି । ତେଣୁ ଗରିବ ଆଦିବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଉଠାଇ ଦେବାକୁ ସାଂସଦ ସୁଜିତ କୁମାର ଏବଂ ନିରଞ୍ଜନ ବିଶି ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com