ଅନ୍ତର୍ଜାତୀୟଜାତୀୟଭାଇରାଲ୍ ଭିଡିଓ

ଶିବ ଲିଙ୍ଗକୁ ନେଇ ୨୯ ବର୍ଷ ତଳର ଏକ ଭିଡ଼ିଓ ଭାଇରାଲ

ଜ୍ଞାନବ୍ୟାପି ଭଳି ଆମେରିକାରେ ଏକ ଶିବ ଲିଙ୍ଗକୁ ନେଇ ୨୯ ବର୍ଷ ତଳର ଏକ ଭିଡ଼ିଓ ଚର୍ଚ୍ଚାର କାରଣ ବନିଛି । ଭିଡ଼ିଓଟି ୧୯୯୩ ମସିହାର ଆମେରିକାର ସିଏନଏନ ଟିଭି ଚ୍ୟାନେଲର ରିପୋଟିଂ ଅଟେ । ଭିଡ଼ିଓରେ ଦେଖାଯାଇଛି ଯେ ସାନଫ୍ରାନ୍ସିସ୍‌କୋର ଗୋଲ୍ଡେନ ଗେଟ୍ ନିକଟରେ ଥିବା ଏକ ପଥରକୁ ପୂଜା କରିବା ପାଇଁ ବହୁ ଦୂରରୁ ଲୋକମାନେ ଆସୁଛନ୍ତିି । ସେଠାରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଦାବି ହୋଇଥିଲେ ମଧ୍ୟ ପରେ ଏହାକୁ ଖାରଜ କରିଦିଆଯାଇଥିଲା । ୧୯୯୪ ମସିହାର ସେହି ପଥରଟିକୁ ଉକ୍ତ ସ୍ଥାନରୁ ହଟାଇ ଜଣେ ଆଟିଷ୍ଟ୍‌ଙ୍କ ଷ୍ଟୁଡ଼ିଓକୁ ନିିଆଯାଇଥିଲା । ୪ ଫୁଟ ଉଚ୍ଚତାର ପଥରଟି ଶିବ ଲିଙ୍ଗ ଭଳି ଦେଖାଯାଉଥିଲା ଯାହା ଦ୍ୱାରା ହିନ୍ଦୁମାନେ ଏହାକୁ ଦେଖିବା ପରେ ପୂଜା କରିବା ଅରମ୍ଭ କରିଥିଲେ । ପରେ ପ୍ରଶାସନ ପଥରଟିକୁ ସେଠାରୁ ହଟାଇଦେଇଥିଲେ । ଏବେ ଏହି ଭିଡ଼ିଓଟି ଶୋସାଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com