ଅନ୍ତର୍ଜାତୀୟଜାତୀୟ

ଋଷ୍‌ ରାଷ୍ଟ୍ରପତିଙ୍କ ଉପରେ ରାଗିଗଲେ ବିପକ୍ଷ ଦଳର ନେତା, କହିଲେ ପୁଟିନ୍‌…

ନୂଆଦିଲ୍ଲୀ() ୟୁକ୍ରେନ୍‌ ଉପରେ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଯୁଦ୍ଧ ଘୋଷଣାକୁ ନେଇ ରାଗିଗଲେ ଜେଲ୍‌ରେ ବନ୍ଦୀ ଥିବା ବିପକ୍ଷ ଦଳର ନେତା ଏଲେକ୍ସି ନେବେଲନି । ଏହାକୁ ନେଇ ସେ ସିଧାସଳଖ ପୁଟିନ୍‌ଙ୍କୁ ଟାର୍ଗେଟ୍‌ କରିଛନ୍ତି । ଲଗାତାର ୧୨ଟି ଟ୍ୱିଟ୍‌ କରି ସେ ନିଜ ଉକ୍ତିକୁ ଋଷ୍‌ବାସୀଙ୍କ ଆଗରେ ରଖିଛନ୍ତି । ସେ ପୁଟିନ୍‌ଙ୍କୁ ଋଷ୍‌ ନୁହନ୍ତି ବୋଲି କହିଛନ୍ତି ।

ନେବେଲନି ଋଷ୍‌ବାସୀଙ୍କୁ କହିଛନ୍ତି କି ଆମେ ଭୟଭୀତ ମୁକ ଲୋକଙ୍କ ଦେଶ ହେବାକୁ ଚାହୁଁନାହୁଁ । ସେ କହିଛନ୍ତି, ମୁଁ ଏହା ଦେଖି ଚୁପ୍‌ ରହିପାରିବି ନାହିଁ କି ରହିବାକୁ ଚାହୁଁନାହିଁ । କାରଣ ୧୦୦ ବର୍ଷ ତଳ ଘଟଣାର ଐତିହାସିକ ନିର୍ବୋଧତାକୁ ନେଇ ଋଷ୍‌ବାସୀ ବାହାନା କରି ୟୁକ୍ରେନ୍‌ ନାଗରିକଙ୍କୁ ହତ୍ୟା କରିବାକୁ ଯୋଜନା କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମୁଁ ନିଜେ ସୋଭିଏତ୍‌ ସଂଘର ଜଣେ ସଦସ୍ୟ ରହିଛି । ମୁଁ ସମସ୍ତଙ୍କୁ ସଡ଼କ ଉପରକୁ ଓହ୍ଲାନ୍ତୁ ଏବଂ ଶାନ୍ତି ନିମନ୍ତେ ଲଢ଼ିବା ପାଇଁ ଅପିଲ୍‌ କରୁଛି । ପୁଟିନ୍‌ ଋଷ୍‌ ନୁହନ୍ତି । ୬୮୨୪ ଲୋକଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧ ବିରୁଦ୍ଧରେ ରାଲି କରିବା କାରଣରୁ ହେପାଜତକୁ ନିଆଯାଇଛି । ଆମେ ଆଉ ଅପେକ୍ଷା କରିପାରିବୁ ନାହିଁ । ସେ ଲୋକଙ୍କୁ ଅପିଲ୍‌ କରିଛନ୍ତି ଯେ, ଋଷ୍‌, ବେଲାଋଷ୍‌ ତଥା ଦୁନିଆର କୌଣସି ବି ବ୍ୟକ୍ତି ନିଜ ନିଜ ସହରର ମୁଖ୍ୟ ସ୍ଥାନକୁ ଯାଇ ଯୁଦ୍ଧ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com