Featuredଅନ୍ତର୍ଜାତୀୟଜାତୀୟଜୀବନଶୈଳୀବିଜ୍ଞାନ ଓ ପ୍ରଯୁକ୍ତି

ସଚିନଙ୍କ ପାଇଁ ପାକିସ୍ତାନରୁ କେମିତି ଭାରତ ପହଞ୍ଚିଲେ ସୀମା, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ 

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ସଚିନ୍‌-ସୀମାଙ୍କ ପ୍ରେମ କାହାଣୀ ଏବେ ଖୁବ୍ ଚର୍ଚ୍ଚାରେ । ପ୍ରେମିକ ପାଇଁ ମହିଳା ଜଣକ ସବୁ ସୀମା ପାର୍ କରି ପାକିସ୍ତାନରୁ ଭାରତ ପହଞ୍ଚି ଯାଇଛନ୍ତି । ପାକିସ୍ତାନରୁ ଭାରତ ପହୟ୍‌ଚିବା ,ତେ ସହଜ ନୁହେଁ । କିନ୍ତୁ ସୀମା କେମିତି ଭାରତ ପହଞ୍ଚିଲେ , ସେ କେଉଁ ରାସ୍ତାରେ ଆସିଲେ ଆଉ କିଏ ତାଙ୍କୁ ସାହାଯ୍ୟ କରିଲେ, ଆଉ କେମିତି ଧରା ପଡ଼ିଲେ ଏମିତି ଅନେକ ପଶ୍ନ ସମସ୍ତଙ୍କ ମନରେ । ତେବେ ଚାଲନ୍ତୁ ଜାଣିବା ଏସମସ୍ତ ପ୍ରଶ୍ନର ଉତ୍ତର ।

କାହାଣୀ ଆରମ୍ଭ ହୁଏ ପାକିସ୍ତାନର କରାଚୀରୁ । ଯେଉଁଠାରେ ରହୁଥିବା ସୀମା ହେଦର ସଯୁକ୍ତ ଆରମ ଏମିରେଟ୍ସର ଶାରଜାହ ପହଞ୍ଚିଥିଲେ । ଆଉ ସେଠାରୁ ୧୦ ମାର୍ଚ୍ଚ ୨୦୨୩ରେ ଶାରଜାହରୁ ଟୁରିଷ୍ଟ ଭିଶା ମାଧ୍ୟମରେ ନେପାଳ ପହଞ୍ଚିଲେ । ଏଠାରେ ସେ ପ୍ରଥମଥର ପାଇଁ ଭାରତୀୟ ଯୁବକ ସଚିନଙ୍କୁ ଭେଟିଥବଲେ । ସଚିନ ମଧ୍ୟ ପ୍ରୟାଗରାଜରୁ ନେପାଳ ପହଞ୍ଚି ଥିଲେ। ଯାହା କେବଳ ସୀମାଙ୍କୁ ଭେଟିବା ପାଇଁ । ଆଉ ଉଭୟ ପରଷ୍ପରକୁ ଭେଟିବା ପରେ ୭-୮ ଦିନ ସାଙ୍ଗରେ ରହିଥିଲେ । ବାସ୍ତବରେ ଉଭୟ ୨୦୨୦ରେ ଅନ୍‌ଲାଇନ୍ ଗେମ୍ ଚଟଈଏ ମାଧ୍ୟମରେ ବନ୍ଧୁତା କରିଥିଲେ । ଆଉ ପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଆଉ ଉଭୟ ପରଷ୍ପରକୁ ଦେଖା କରିବାକୁ ଖୁବ୍ ଆଗ୍ରହୀ ଥିଲେ । ପରେ ଶେଷରେ ୧୦ ମାର୍ଚ୍ଚ ୨୦୨୩ରେ ପରଷ୍ପରକୁ ଦେଖା କରିଲେଥିଲେ। ଏକାଠି ସମୟ ବିତାଇଲେ ଓ ପରଷ୍ପରକୁ ଭଲଭାବରେ ଜାଣିଲେ । ଆଉ ତାପରେ ଖୁବ୍‌ଶୀଘ୍ର ପୁଣିଥରେ ଦେଖା ହେବାର ପ୍ରତିଶ୍ରୁତି ମିଳିବା ପରେ ଉଭୟ ନିଜ ଦେଶକୁ ଫେରି ଯାଇଥିଲେ ।

ସୀମା ଓ ସଚିନ ପରଷ୍ପରଙ୍କୁ ବିବାହ କରି ଭାରତରେ ରହିବାକୁ ଚାହୁଁ ଥିଲେ । ଏହା ପରେ ସୀମା ଏକ ଟ୍ରାଭେଲ ଏଜେଣ୍ଟଙ୍କର ସାହାଯ୍ୟ ନେଇଥିଲେ । ତାଙ୍କଠାରୁ ପଚାରି ବୁଝିଥିଲେ ସେ କିପରି ଭାରତ ପହଞ୍ଚି ପାରିବେ । ଆଉ ଏହାର ଠିକ୍ ୨ ମାସ ପରେ ମେ ୧୧ରେ ପୁଣି ସୀମା ଟୁରିଷ୍ଟ ଭିଶା ସହ ନେପାଳ ପହଞ୍ଚି ଥିଲେ । ଆଉ ଏହି ସମୟରେ ତାଙ୍କର ୪ ପିଲା ମଧ୍ୟ ତାଙ୍କ ସାଙ୍ଗରେ ଥବଲେ । ସେ ପ୍ରଥମେ ଏକ ବ୍ୟକ୍ତିଗତ ଗାଡ଼ିରେ କାଠମାଂଡୁରୁ ପୋକରାରେ ପହଞ୍ଚି ଥିଲେ । ପରେ ପୋକରାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ଘରୋଇ ବସ୍ ବୁକ୍ କରିଥିଲେ । ସମୁଦାୟ ୨୮ ଘଣ୍ଟା ଯାତ୍ରା କରିବା ପରେ ସେ ଯମୁନା ଏକ୍ସପ୍ରେସ୍ ୱେର ଫୁଲେରା କଟ ନିକଟରେ ଓହ୍ଲାଇଥିଲେ । ଆଉ ଯାତ୍ରା ସମୟର ସବୁ ଅପ୍‌ଡ଼େଟ୍ ସେ ସଚିନ୍‌ଙ୍କୁ ଦେଉଥିଲେ । ଆଉ ସୀମା ଫୁଲେରା କଟ ନିକଟରେ ଓହ୍ଲାଇବା ପରେ ସେଠାରେ ସଚିନ୍ ପହଞ୍ଚି ଯାଇଥିଲେ । ଆଉ ସେଠାରୁ ସୀମାଙ୍କୁ ନେଇ ସଚିନ ଗ୍ରେଟର ନୋଏଡ଼ାର ରବୁପୁରାରେ ପହଞ୍ଚିଲେ । ଆଉ ଏଠାରେ ସେ ଜଣେ ସାଙ୍ଗର ସହାୟତାରେ ୨୫୦୦ଟଙ୍କାରେ ଏକ ଘର ଭଡ଼ା ନେଇଥିଲେ । ଘରମାଲିକଙ୍କ କହିବା ଅନୁସାରେ ସୀମା ଓ ସଚିନ ତାଙ୍କ ନିକଟକୁ ୧୩ ମେ ରେ ଆସିଥିଲେ । ସେମାନେ କହିଥିଲେ ଯେ ସୋନେ କୋର୍ଟ ମ୍ୟାରେଜ କରିଛନ୍ତି । ଆଉ ଘରମାଲିକ ବିଶ୍ୱାସରେ ତାଙ୍କୁ ଘର ଦେଇଥିଲେ । ତେବେ ସଚିନ୍ ନିକଟସ୍ଥ ଏକ ଦୋକାନରେ କାମ କରିବା ଆରମ୍ଭ କଲେ । ଆଉ ସୀମା ନିଜ ପିଲାଙ୍କ ସହ ଗରେ ରହୁଥବଲେ । ପଡ଼ୋଶୀଙ୍କ କହିବା ଅନୁସାରେ ସୀମା କାହା ସହ କଥାବାର୍ତ୍ତା କରନ୍ତି ନାହିଁ । ସେଥି ପାଇଁ ତାଙ୍କୁ କେହି ସନ୍ଦେହ କରନ୍ତି ନାହିଁ। କିଛି ଦିନ ସବୁ କିଛି ଠିକ୍ ଚାଲିଲା । ସଚିନଙ୍କ ପରିବରଲୋକ ସୀମାଙ୍କ ବିଷୟରେ ଜାଣିତବଲେ । ଏହା ପରେ ସୀମା-ସଚିନଙ୍କ କାହାଣୀରେ ନୂଆ ମୋଡ଼ ଆସିଲା । ସୀମା ଚାହୁଁଥିଲେ ସଚିନ ତାଙ୍କୁ ଆଇନଗତ ଭାବେ ବିବାହ କରନ୍ତୁ । ଆଉ ଏଥି ପାଇଁ ସେମାନେ ସକିଲଭ୍‌କୁ ଠିକ୍ କରିଲେ । ଆଉ ଓକିଲ ତାଙ୍କୁ ଜୁନ୍ ୩୦ ତାରିଖକୁ ସମୟ ଦେଇôତଲେ । ଆଉ ସୀମାଙ୍କ ଆଇନଗତ ବିବାହ ଇଚ୍ଛା ତାଙ୍କୁ ଧରା ପକାଇଲା । ଯେତେବେଳେ ଜୁନ୍ ୩୦ରେ ଉଭୟ ବିବାହ ପାଇଁ ବୁଲନ୍‌ଦ ସହରରେ ପହଞ୍ଚି ଥିଲେ ଓକିଲ ସେମାନଙ୍କୁ ଡ଼କ୍ୟୁମେଣ୍ଟ ମାଗିଥିଲେ । ଆଉ ଡ଼କ୍ୟୁମେଣ୍ଟ ଦେଖିବା ପରେ ଓକିଲ ଜାଣିବାକୁ ପାଇଲେ ଯେ ସୀମା ପାକିସ୍ତାନର ଅଟନ୍ତି , ତେଣୁ ସେ ଏହି ବିବାହ କରାଇବାକୁ ମନା କରିଦେଲେ । କାରଣ ଏହା ନିୟମ ବିରୁଦ୍ଧ ଅଟେ । ଅନ୍ରପଟେ ପୁଲିସ୍ ଏସମ୍ପର୍କରେ ସୂଚନା ପାିବା ପରେ ସୀମା ଓ ସଚିନ୍‌ଙ୍କୁ କୋଜିବା ଆରମ୍ଭ କରିଲା । ଏ ସମ୍ପର୍କରେ ଯେତେବେଳେ ସୀମା-ସଚିନ୍ ଜାଣିବାକୁ ପାିଲେ , ଉଭୟ ଯୋଜନା କରି ଗ୍ରେଟର ନୋଏଡ଼ାରୁ ଫେରାର୍ ହୋଇଗଲେ । କିନ୍ତୁ ପୁଲିସ୍ ସର୍ବିଲାନ୍ସ ଟିମ୍ ସହାୟତାରେ ଲୋକେଶନ ଟ୍ରେସ୍ କରି ଉଭୟଙ୍କୁ ଗିରଫ କରିନେଲା । ଏହା ପରେ ଉଭୟଭ୍‌କୁ କୋର୍ଟରେ ହାଜର କରାଗଲା । ସେଠାରେ ସୀମା କହିଲେ କି ସେ ପାକିସ୍ତାନ ଯିବାକୁ ଚାହୁଁନାହାଁନ୍ତି । ଆଉ ଯଦି ସେ ପାକିସ୍ତାନ ପଳାଇଗଲେ ତେବେ ସେଠାରେ ପଥର ଫିଙ୍ଗି ତାଙ୍କ ଜୀବନ ନେଇଯିବେ ।

ପରେ ସୀମା, ତାଙ୍କୁ ଭାରତରେ ରହିବାକୁ ଦିଆଯାଉ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତଙ୍କୁ ଅନୁରୋଧ କରିଥିଲେ । ସେ କହିଛନ୍ତି ଯଦି ତାଙ୍କୁ ପାକିସ୍ତାନ ପଠାଇ ଦିଆଯାଏ ତେବେ ସେଠାରେ ତାଙ୍କ ଜୀବନ ନେଇଯିବେ । ତେଣୁ ସେଠାରେ ମରିବାଠାରୁ ସେ ଭାରତରେ ମରିବା ପସନ୍ଦ କରିବେ । ସୀମା କହିଛନ୍ତି ସଚିନ ମୋ ୪ ପିଲାଙ୍କ ସହ ମୋତେ ଗ୍ରହଣ କରିଛନ୍ତି , ମୋର ପ୍ରଥମ ସ୍ୱାମୀ ଗୁଲାମ ଭିଡ଼ିଓ ଜାରି କରି , ପ୍ରତାରଣା କରି ମୋତେ ଏଠାରୁ ଫେରାଇ ନେବାକୁ ଚାହୁଁଛି । କିନ୍ତୁ ମୁଁ ତାଙ୍କ ପାକକୁ ଯିବାୁ ଚାହୁଁ ନାହିଁ । କାରଣ ସେ ମୋତେ ପିଟନ୍ତି , ଅନେକ ଥର ମୋ ମୁଁହରେ ଲଙ୍କା ଗୁଣ୍ଡ ଫିଙ୍ଗିଛନ୍ତି । ଏହି କାରଣରୁ ମୁଁ ୪ ବର୍ଷ ହେବ ତାଙ୍କଠାରୁ ଅଳଗା ରହୁଥଲିି ।

ସୀମା ଆହୁରି ମଧ୍ୟ କହିଥିଲେ ଯେ ସଚିନ ହିଁ ତାଙ୍କୁ ହିନ୍ଦୀ କହିବା ଶିଖାଇଥିଲେ । ଫିଲ୍ମ ଦେଖି ସେ ଭାରତ ସମ୍ପର୍କରେ ସୂଚନା ପାଇଥିଲେ । ସଚିନଙ୍କୁ ସେ ଚଳିତ ବର୍ଷ ନେପାଳର ଏକ ମନ୍ଦିରରେ ବିବାହ କରିଥିବା କହିଥିଲେ । ସେ ,କଥା ମଧ୍ୟ କହିଛନ୍ତି ଯେ ମୋ ପିଲାମାନେ ସଚିନ୍‌ଙ୍କୁ ପପାପା ନାକନ୍ତି , ସେମାନେ ସଚିନଙ୍କୁ ସେତିକି ଭଲ ପାଆନ୍ତି ଯେତିକି ମୁଁ ତାଙ୍କୁ ଭଲ ପାଏ । ସଚିନଙ୍କ ପରିବାର ମଧ୍ୟ ମୋତେ ଗ୍ରହଣ କରିଛନ୍ତି ,ସେମାନେ ମୋତେ ନିଜ ବୋହୁ ବୋଲି ଭାବନ୍ତି । ମୁଁ ସଚିନଙ୍କ ପାଇଁ ହିନ୍ଦୁ ଧର୍ମ ଗ୍ରହଣ କରିଛି । ମୁଁ ସଚିନଙ୍କ ସହ ରହିବାକୁ ଚାହୁଁଛି । ଆମର କୋର୍ଟ ମ୍ୟାରେଜ ମଧ୍ୟ ଶୀଘ୍ର ହେବ ବୋଲି ସେୀମା କହିଛନ୍ତି । ଅନ୍ୟପଟେ ସୀମାଙ୍କ ପ୍ରତମ ସ୍ୱାମୀ ତାଙ୍କ ପତ୍ନୀ ଏବଂ ପିଲାଙ୍କୁ ପାକିସ୍ତାନ ପଠାଇ ଦେବା ପାଇଁ ମୋଦୀ ସରକାରଙ୍କୁ ନିବେଦନ କରିଛନ୍ତି । ସୀମା ତାଙ୍କ ପ୍ରଥମ ସ୍ୱାମୀଙ୍କ ନିବେଦନ ଉପରେ କହିଛନ୍ତି କି, ସେ ଛଳନା କରୁଛନ୍ତି । ମୁଁ ପାକିସ୍ତାନ ଗଲେ ସେ ମୋତେ ମାରିଦେବେ ୨୦୧୯ ଓ ୨୦୨୦ ପରେ ମୋର ତାଙ୍କ ସହ କୌଣସି ଯୋଗାଯୋଗ ନଥବଲା । ସେ ,କଥା ମଧ୍ୟ କହିଛନ୍ତି ଯଦି ପିଲାମାନେ ଯିବା ପାଇଁ ଚାହୁଁଚନ୍ତି ଯାଇ ପାରିବେ କିନ୍ତୁ ସେମାନେ ମୋତେ ଛାଡ଼ି ଯିବେ ନାହିଁ । ତେବେ କଣ ହେବ ସୀମା-ସଚିନଙ୍କ ପେମ କାହାଣୀ ତାହା ଦେଖିବା ବାକି ରହିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com