ବିଜ୍ଞାନ ଓ ପ୍ରଯୁକ୍ତି

ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୧୬/୦୨/୨୦୨୩ –    ଚଳିତବର୍ଷ ଲିଙ୍ଗରାଜଙ୍କ ମନ୍ଦିରରେ ଜାଗର ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କମିସନରେଟ୍‌‌ ପୁଲିସ, ବିଭିନ୍ନ ନିଯୋଗ ଓ ଜନପ୍ରତିନିଧିଙ୍କୁ ନେଇ ବୈଠକ ବସିଥିବା ବେଳେ ଜାଗର ଯାତ୍ରାର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ ଭକ୍ତିମାନେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ ।

ନିର୍ଘଣ୍ଟ ହୋଇଥିବା ନୀତି ମୁତାବକ ଲିଙ୍ଗରାଜଙ୍କର ପ୍ରାତଃ ୩ଟାରୁ ୩ଟା ୩୦: ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହେବ । ଭୋର ୩ଟା ୩୦ରୁ ଦିବା ୧୧ଟା ଯାଏ ସାହାଣମେଲା ଦର୍ଶନ କରିବେ ଭକ୍ତ । ସକାଳ ୬ଟା ୩୦ରେ ରୋଷ ହୋମ । ଦିନ ୧୧ଟାରୁ ୧୨ଟା ଛାମୁ ପରିଷ୍କାର, ଦିନ ୧୨ଟାରୁ ମଧ୍ୟାହ୍ନ ୧୨ଟା ୪୫ ଯାଏ ମହାସ୍ନାନ ଓ ବେଶ ଅନୁଷ୍ଠିତ ହେବ ।

ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀ ବଲ୍ଲଭ ଏବଂ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ମଧ୍ୟାହ୍ନ ୧୨ଟା ୪୫ ରୁ ୨ଟା ୩୦ ଯାଏ ଅନୁଷ୍ଠିତ ହେବ। ଏହାପରେ ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ମଧ୍ୟାହ୍ନ ୨ଟା ୩୦ରୁ ୨ଟା ୪୫ ମଧ୍ୟରେ ସମ୍ପନ୍ନ ହେବ । ଭୋଗମଣ୍ଡପ ନୀତି ୨ଟା ୪୫ରୁ ୩ଟା ୪୫ ମଧ୍ୟରେ, ସାହାଣ ମେଲା ଦର୍ଶନ ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ ଯାଏ କରି ହେବ ।

ଏହାପରେ ଅପରାହ୍ଣ ୪ ଟା ୪୫ରୁ ୫ ଟା ୧୫ ଯାଏ ଛାମୁ ପରିଷ୍କାର, ୭ ଟାରୁ ୭ଟା ୧୦ ଯାଏ ପହୁଡ଼ ସନ୍ଧ୍ୟା, ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ଯାଏ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି, ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ୮ଟା ୧୦ରୁ ୮ ଟା ୫୫ ଯାଏ ହେବ । ମହାଦୀପ ଦର୍ଶନ ରାତି ୧୦ଟାରେ ହେବ । ତା’ପରେ ସାହାଣମେଲା ଦର୍ଶନ ରାତ୍ର ୧୦ଟାରୁ ୧୧ ଟା ଯାଏ, ଚାରି ପ୍ରହର ପୂଜା ରାତ୍ର ୧୧ଟା ୩୦ରୁ ୩ଟା ୩୦ ଯାଏ, ହରିହର ଭେଟ ଭୋର ୩ଟା ୩୦ରୁ ୪ଟା ୩୦ ଯାଏ ଚାଲିବ । ଭୋର୍ ୪ଟା ୩୦ରୁ ସକାଳ ୫ଟା ୧୫ ଯାଏ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ହେବ ।

ଜାଗର ଯାତ୍ରାକୁ ସୁରୁଖରରେ ସମ୍ପାଦନ କରିବା ଦିଗରେ ପ୍ରଶାସନ ପକ୍ଷରୁ  ମନ୍ଦିରକୁ ପୂରା CCTVରେ ଛାଉଣୀ କରିବା ସହ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯିବ । ପାର୍କିଂ ଲାଗି ୧୩ଟି ସ୍ଥାନ ଚିହ୍ନଟ କରାଯାଇଛି । ଶ୍ରଦ୍ଧାଳୁ ମାନେ କିଭଳି ଶାନ୍ତି ଶୃଙ୍ଖଳା ରକ୍ଷାକରି ଲିଙ୍ଗରାଜଙ୍କୁ ଦର୍ଶନ କରିବେ, ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com