Breaking NewsFeaturedଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ମସ୍କଙ୍କର ରହିଛି ରୋବଟ ସ୍ତ୍ରୀ, ସାମ୍ନାକୁ ଆସିଲା ଚୁମ୍ବନ ଦେଉଥିବା ଫଟୋ, ବିଶ୍ୱବ୍ୟାପି ଚର୍ଚ୍ଚା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିଲିୟନର ଏଲନ ମସ୍କଙ୍କର ଅଛି କି ରୋବଟ ସ୍ତ୍ରୀ । କାରଣ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଏଲନ୍‍ ମସ୍କଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଦେଖିବା ପରେ ମସ୍କଙ୍କ ରୋବଟ ୱାଇଫ ଥିବା ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ ଟେଲସା ସିଇଓ ଜଣେ ମହିଳା ହ୍ୟୁମାନୋଏଡ୍‍ ରୋବଟ୍‍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି । ଫଳରେ ଚର୍ଚ୍ଚା ଡବଲ ହୋଇଯାଇଛି । କେହି କେହି ଏହାକୁ ମସ୍କଙ୍କର ରୋବଟ ସ୍ତ୍ରୀ ବୋଲି ମଧ୍ୟ କହୁଛନ୍ତି । କିନ୍ତୁ ଏହା କେତେ ଦୂର ସତ ତାହା ଆସନ୍ତୁ ଜାଣିବା:

ଏଲନ ମସ୍କଙ୍କ କମ୍ପାନୀ ଟେଲସା ଲୋକମାନଙ୍କୁ ପ୍ରଥମ ରୋବଟ୍‍ ଅଫ୍ଟିମସ୍‍ ଦେଖେଇବା ମାତ୍ରେ ଏହି ଫଟୋ ଗୁଡିକ କିଛି ସମୟ ଭିତରେ ଇଣ୍ଟରନେଟରେ ଭାଇରାଲ ହୋଇଯାଇଥିଲା । ଡାନିଏଲ ମାର୍ଭନ ନାମକ ଜଣେ ଟ୍ୱିଟର ୟୁଜର୍‍ ମସ୍କଙ୍କର ୪ଟି ଫଟୋ ଶେଆର କରିଛନ୍ତି । ଏହି ଫଟୋ ଗୁଡିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଟୁଲ ସାହାଯ୍ୟରେ କରାଯାଇଛି । ଡାନିଏଲ ଏହି ଫଟୋ ଗୁଡିକ ଟ୍ୱିଟ କରି ଲେଖିଛନ୍ତି ଯେ ଏଲନ ମସ୍କ ତାଙ୍କର ଭବିଷ୍ୟତର ପତ୍ନୀ ଘୋଷଣା କରିଛନ୍ତି । ଏହା ହେଉଛି ପ୍ରଥମ ମହିଳା ରୋବଟ ଯାହା ଏଲନ ମସ୍କ ତାଙ୍କ କଳ୍ପନା ଅନୁଯାୟୀ ସ୍ୱତନ୍ତ୍ର ଭାବେ ତିଆରି କରିଛନ୍ତି । ଏପରି ବ୍ୟକ୍ତିତ୍ୱ ଏବଂ ବୈଶିଷ୍ଟ୍ୟ ଥିବା ମହିଳା ଖୋଜିବା କଷ୍ଟକର । କାରଣ ପୃଥିବାରେ ଏମିତି କୌଣସି ବ୍ୟକ୍ତି ନାହାନ୍ତି ଯାହାଙ୍କ ପାଖରେ ଏହି ସବୁ ଗୁଣ ଅଛି । ସେ ଆହୁରି ମଧ୍ୟ ଲେଖିଛନ୍ତି କ୍ୟାଟନିଲା ରୋବଟକୁ ସୌର ଶକ୍ତି ସହିତ ଚାର୍ଜ କରାଯାଇଛି । ଏଥିରେ ଅନେକ ସମ୍ବେଦନଶୀଳ ସେନ୍ସର ଖଞ୍ଜା ଯାଇଛି । ଯେଉଁଥିପାଇଁ ଏହି ରୋବଟ ମନୁଷ୍ୟଙ୍କ ଭଳି ସୁଖ ଦୁଃଖ ଅନୁଭବ କରିପାରିବ । ଏପରିକି ତାଙ୍କର ମନ ଓ ମାନସିକତାକୁ ବୁଝିପାରିବ । ଯେତେବେଳେ ସେ ସଙ୍କଟରେ କିମ୍ବା କୌଣସି ମାନସିକ ଚାପରେ ଥିବେ ଏହି ରୋବଟକୁ ସେ ନିଜର ମନର କଥା ଜଣାଇ ପାରିବେ ।

ଡାନିଏଲ ମାଭର୍ନ ଆହୁରି ଲେଖିଛନ୍ତି ଯେ ମାନବ ସମାଜ ପ୍ରତି ଏଆଇ ପକ୍ଷରୁ ରହିଥିବା   ବିପଦ ବିଷୟରେ ଜଣାଇବା ଏହି ପୋଷ୍ଟର ଲକ୍ଷ୍ୟ । ଏଥିରୁ ସ୍ପଷ୍ଟ ଯେ ଫଟୋଗୁଡିକ ଏଆଇ ଦ୍ୱାରା ନିର୍ମିତ ଏବଂ ଏଲନ ମସ୍କଙ୍କର କୌଣସି ରୋବଟ ପତ୍ନୀ ନାହାନ୍ତି । ପୂର୍ବରୁ ମଧ୍ୟ ଏହି ଏଆଇ ସହାୟତାରେ ବଡ ବଡ ଧନୀଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ସେଲିବ୍ରେଟିଙ୍କ ପର୍ଯ୍ୟନ୍ତ ଭିନ୍ନ ଅନ୍ଦାଜର ଫଟୋ ସାମ୍ନାକୁ ଆସିଥିଲା ।   ଏବେ ମସ୍କଙ୍କ ଫଟୋକୁ ନେଇ ଚର୍ଚ୍ଚା ହେଉଛି । ତେବେ ଏଠି ଆମେ କହି ରଖୁଛୁ ମସ୍କ ହେଉଛନ୍ତି ଏଆଇ ଟେକ୍ନୋଲୋଜିର ଅନ୍ୟତମ ସମାଲୋଚକ । ସେ ସବୁବେଳେ କହିଆସିଛନ୍ତି ଏଆଇ ମାନବ ସମାଜ ପ୍ରତି ବିପଦ ସୃଷ୍ଟି କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com