Breaking NewsFeaturedଅନ୍ତର୍ଜାତୀୟଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଚନ୍ଦ୍ର ଅଭିଯାନରେ ଓଡ଼ିଆ ଟେକ୍ନିସିଆନ୍ ଶୁଭାଶିଷ ନାୟକ

ଇସ୍ରୋର ମିସନ୍ ଚନ୍ଦ୍ରଯାନ ଟିମ୍‌ରେ ଓଡ଼ିଆ ପୁଅ ଶୁଭାଶିଷ ନାୟକ ଖଞ୍ଜିଛନ୍ତି ଯନ୍ତ୍ର, ସାରା ରାଇଜରେ ଖେଳିଗଲା ଆନନ୍ଦ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଚନ୍ଦ୍ରଯାନ-୩ ଅଭିଯାନରେ ଓଡ଼ିଆ ଯୁବକଙ୍କ କମାଲ ଦେଖିବାକୁ ମିଳିଛି। ଓଡ଼ିଆ ପୁଅ ଶୁଭାଶିଷ ନାୟକ ଏଥିରେ ଟେକ୍ନିସିଆନ ଭାବେ କାମ କରିଛନ୍ତି । ଶୁଭାଶିଷଙ୍କ ଘର କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ମୁକୁନ୍ଦପୁର ଗାଁରେ । ସେପଟେ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଚନ୍ଦ୍ରଯାନ । ପୃଥିବୀ ଚାରିପଟେ ଅଣ୍ଡାକୃତିରେ ଚନ୍ଦ୍ରଯାନ-୩ ଘୂରି ବୁଲୁଛି । ଇସ୍ରୋ ପକ୍ଷରୁ କୁହାଯାଇଛି ସଫଳତାର ସହ ପୃଥବି ଚାରିପଟେ ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି ଚନ୍ଦ୍ରଯାନ-୩ । ଏପଟେ ଓଡ଼ିଆ ପୁଅ ଚନ୍ଦ୍ର ଅଭିଯାନରେ ସାମିଲ୍‌ ହେବାକୁ ନେଇ କେନ୍ଦ୍ରାପଡ଼ା ସମେତ ସାରା ଓଡ଼ିଶାରେ ଖେଳି ଯାଇଛି ଖୁସି।

ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ନେଇ ଏବେ ସାରା ଦେଶରେ ଖୁସିର ମାହୋଲ ଥିବା ବେଳେ ଜଣେ ଓଡ଼ିଆ ଯୁବକଙ୍କର ନାୟକ ଭୂମିକା ରହିଛି। ତାଙ୍କର ମଧ୍ୟ ରହିଛି ବଡ଼ ଅବଦାନ। ସେ ହେଉଛନ୍ତି ଶୁଭାଶିଷ ନାୟକ। ଚନ୍ଦ୍ରପୃଷ୍ଠକୁ ଉତ୍‌କ୍ଷେପଣ ହୋଇଥିବା LVM3-M4 ନିର୍ମାଣରେ ନିୟୋଜିତ ହୋଇଥିବା ଟେକ୍ନିସିଆନ୍ ଟିମରେ ଶୁଭାଶିଷ ସାମିଲ ହୋଇ ଖୁବ୍‌ ଗୌରବ ସାଉଁଟି ପାରିଛନ୍ତି।

ଆସନ୍ତୁ ଜାଣିବା ଶୁଭାଶିଷଙ୍କ ସମ୍ପର୍କରେ…

  • ମା’ ନିର୍ମଳା ନାୟକ ଓ ବାପା ମଳୟ ନାୟକଙ୍କ ସୁପତ୍ର ଶୁଭାଶିଷ
  • ୨୮ ବର୍ଷୀୟ ଶୁଭାଶିଷ ୨୦୧୦ରେ ମାଟ୍ରିକ୍ ପାସ୍ କରିଥିଲେ ।
  • ଶୁଭାଶିଷ ଦୋହଳିସ୍ଥିତ ବିବି ମଡେଲ୍‌ ହାଇସ୍କୁଲରୁ ପାସ୍‌ ଆଉଟ୍‌ ହୋଇଥିଲେ।
  • ଏହାପରେ ସେ ମହାନଦୀ ଇଣ୍ଡଷ୍ଟ୍ରିଆଲ୍‌ ଟ୍ରେନିଂ ସେଣ୍ଟର୍‌ କଟକରେ ଆଇଟିଆଇ କୋର୍ସ କରିଥିଲେ
  • ୨୦୧୪ରେ ସେଣ୍ଟ୍ରାଲ୍‌ ଟୁଲ୍‌ରୁମ୍‌ ଆଣ୍ଡ୍‌ ଟ୍ରେନିଂ ସେଣ୍ଟର ବା ସିଟିଟିସି ଭୁବନେଶ୍ଵରରୁ ଆଉ ଏକ କୋର୍ସ ଶେଷ କରିଥିଲେ
  • ୨୦୧୮ରୁ ସେ ଇସ୍ରୋରେ ସାମିଲ୍‌ ହୋଇ ଟେକ୍ନିସିଆନ୍‌ ଭାବେ କାର୍ଯ୍ୟରତ
  • ଶୁଭାଶିଷ ବିବାହ କରିନାହାନ୍ତି ଓ ତାଙ୍କର ଜଣେ ସାନ ଭଉଣୀ ଅଛନ୍ତି

ପୃଥିବୀଠାରୁ ଦୂରେଇ ଚନ୍ଦ୍ରର ନିକଟତର ହେବାରେ ଲାଗିଛି ଚନ୍ଦ୍ରଯାନ । ଏହି ପ୍ରକ୍ରିୟା ପ୍ରାୟ ୧ ମାସ ଧରି ଚାଲିବ ଏବଂ ପରେ ପରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ । ‘ଚନ୍ଦ୍ରଯାନ-୩ର ପ୍ରତ୍ୟେକ ଗିତିବିଧି ଉପରେ ସତର୍କ ନଜର ରଖିଛନ୍ତି ଇସ୍ରୋର ବୈଜ୍ଞାନିକ । ଜୁଲାଇ ୩୧ ତାରିଖ ସୁଦ୍ଧା ଚନ୍ଦ୍ରଯାନ-୩ ପୃଥିବୀଠାରୁ ୧୦ ଗୁଣ ଦୂର ଯାଇସାରିଥିବ । ଅଗଷ୍ଟ ୧୭ ତାରିଖରେ ପ୍ରପଲସନ୍ ସିଷ୍ଟମ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ଅଲଗା ହୋଇଯିବ । ଏଥର ଚନ୍ଦ୍ରଯାନ-୩କୁ ସଫ୍ଟ ଲ୍ୟାଣ୍ଡିଂ କରିବାର ଲକ୍ଷ୍ୟ ରଖଯାଇଛି । ଯଦି ସବୁକିଛି ଠିକ୍ ଚାଲେ ତେବେ ଅଗଷ୍ଟ ୨୩ କିମ୍ବା ୨୪ ତାରିଖରେ ଚନ୍ଦ୍ରରେ ସଫଳତାର ସହ ପାଦ ଥାପିବ ଭାରତ।

ତେବେ ଯେଉଁ ମୁହୂର୍ତ୍ତରେ ଚନ୍ଦ୍ର ଆଡ଼କୁ ଅଗ୍ରସର ହେଲା ଯାନ, ଶୁଭାଶିଷଙ୍କ ଆନନ୍ଦାଶୃ ନିଗାଡ଼ି ହୋଇପଡ଼ିଥିଲା। ଏପରିକି ତାଙ୍କ ମା’ ନିର୍ମଳା ନାୟକ ମଧ୍ୟ ଖୁସିରେ କାନ୍ଦି ପକେଇଥିଲେ। ଖାଲି ସେତିକି ନୁହେଁ, ମୁକୁନ୍ଦପୁର ଗାଁରେ ଲୋକେ ଦୀପଜାଳି ଶୁଭାଶିଷଙ୍କ ପାଇଁ ସୁମନାସ ପ୍ରାର୍ଥନା କରିଥିଲେ। ଶୁଭାଶିଷଙ୍କ ବାପା ମଳୟ ନାୟକ ଜଣେ ବ୍ୟବସାୟୀ। କେନ୍ଦ୍ରାପଡ଼ାର ଚାନ୍ଦୋଳ ବଜାରରେ ତାଙ୍କର ପୂଜା ସାମଗ୍ରୀ ଦୋକାନ ରହିଛି। ଏବେ ଓଡ଼ିଆ ପୁଅ ଶୁଭାଶିଷ ନାୟକ ଖାଲି ଜଣେ ସାଧାରଣ ଟେକ୍ନିସିଆନ୍‌ ନୁହନ୍ତି, ଚନ୍ଦ୍ର ଅଭିଯାନର ଅନ୍ୟତମ ଯୁବ ଟେକ୍ନିସିଆନ୍‌।

 

Related Articles

Back to top button
WP Twitter Auto Publish Powered By : XYZScripts.com