Featuredଜାତୀୟ

୨୩ ଦିନର ଶିଶୁ ପେଟରେ ୮ ଭ୍ରୁଣ!

୨୩ ଦିନର ନବଜାତ ପେଟରେ ୮ଟି ଶିଶୁ ଭ୍ରୁଣ । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଏକଦମ୍ ସତ । ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ଘଟିଛି ଏଭଳି ଘଟଣା । ରାଞ୍ଚି ରାମଗଡ଼ ଜିଲ୍ଲାର ଜଣେ ୨୩ ଦିନର ଶିଶୁ କନ୍ୟା ପେଟରେ ଥିବା ୮ଟି ଭ୍ରୂଣକୁ ରାଞ୍ଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରି ବାହାର କରାଯାଇଛି । ଏହି ‘ଭ୍ରୂଣ-ଭିତରେ-ଭ୍ରୂଣ’ ଘଟଣା ବିଶ୍ବରେ ପ୍ରଥମ ‌ହୋଇପାରେ ବୋଲି କହି ଉକ୍ତ ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି, ନଭେମ୍ବର ୧ ତାରିଖ ଦିନ ଉକ୍ତ ନବଜାତକର ଅସ୍ତ୍ରୋପଚାର କରାଯାଇଥିଲା। ଏବେ ସେ ଶୀଘ୍ର ସୁସ୍ଥ ହେଉଛି। ବିଶେଷଜ୍ଞଙ୍କ କହିବା ଅନୁସାରେ , ‘ଫେଟସ୍‌-ଇନ୍‌-ଫେଟସ୍’ ଅତ୍ୟନ୍ତ ବିରଳ ଘଟଣା। ଏଥିରେ ଅପପୁଷ୍ଟିର ସରବ୍ୟ ହୋଇଥିବା ମେରୁଦଣ୍ଡୀ ଭ୍ରୂଣଟି ତା’ର ଯମଜ ଭ୍ରୂଣ ଶରୀର ଭିତରେ ରହିଯାଏ। ଯାହା ଏହି ନବଜାତ ଘଟଣାରେ ଘଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com