ବିଜ୍ଞାନ ଓ ପ୍ରଯୁକ୍ତି

ଜାନୁଆରୀ ୩୧ରେ OTET ପରୀକ୍ଷା

କଟକ, ୧୧/୦୧/୨୦୨୩ –    ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା – OTET ଜାନୁଆରୀ ୩୧ରେ ଅନୁଷ୍ଠିତ ହେବ । ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ହେଉଥିବା ଏହି ପରୀକ୍ଷା ଦୁଇଟି ପେପର୍‌ରେ ହେବ । OTET ପେପର-୧ ପରୀକ୍ଷା ସକାଳ ୮ଟାରୁ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ହେବ । ସେହିପରି ପେପର-୨ ପରୀକ୍ଷା ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୨ଟାପର୍ଯ୍ୟନ୍ତ ଚାଲିବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପରୀକ୍ଷା ଦେବାପାଇଁ ପ୍ରାର୍ଥୀମାନେ ସେମାନଙ୍କ ଆଡମିଟ୍ କାର୍ଡ ଜାନୁଆରୀ ୨୪ତାରିଖରୁ ବୋର୍ଡ ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍ କରି ପାଇପାରିବେ । ଅନ୍ୟପକ୍ଷରେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀମାନେ ପରୀକ୍ଷାର ୫ ଦିନ ପୂର୍ବରୁ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଆବଶ୍ୟକ ପ୍ରମାଣପତ୍ର ସହ ସାକ୍ଷାତ କରି ଜଣାଇବେ ବୋଲି କୁହାଯାଇଛି । ସେପଟେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା – OSSTET ଜାନୁଆରୀ ୧୬ ତାରିଖରେ ଅନୁଷ୍ଠିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com