Breaking NewsFeaturedବିଜ୍ଞାନ ଓ ପ୍ରଯୁକ୍ତିଭାଇରାଲ୍ ଭିଡିଓ

କାର୍ଡ ନୁହେଁ UPI ରେ ବି ଉଠିିବ ଟଙ୍କା

ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ଟଙ୍କା ଉଠାଇବା ହେଲା ସହଜ । କାର୍ଡ ନଥିଲେ ବି ଏଟିଏମରୁ ଉଠିପାରିବ ଟଙ୍କା । ୟୁପିଆଇ ବ୍ୟବହାର କରି ଟଙ୍କା ଉଠାଇପାରିବେ ଗ୍ରାହକ । ଏନେଇ ବ୍ୟାଙ୍କିକ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ । ଦେଶରେ ଲଂଚ ହୋଇଛି ପ୍ରଥମ ୟୁପିଆଇ ଏଟିଏମ । ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିନଟେକ ଫେଷ୍ଟରେ ଏହାକୁ ପ୍ରଦର୍ଶନ କରାଯାଇଛି । ଏଣିକି ଦୁର ହୋଇଛି କାର୍ଡ ଝିଂଜଟ । ଆପଣ ଏଟିଏମ କାର୍ଡ ଆଣି ନଥିଲେ ବି ମୋବାଇଲ ବ୍ୟବହାର କରି ୟୁପିଆଇରେ ଟଙ୍କା ଉଠାଇବା ସହଜ ହେବ ।

ଗ୍ରାହାକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କାର୍ଡ ଲେସ ଏଟିଏମର ବ୍ୟବସ୍ଥା କରାଯାଇଛି । ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆର ସହଭାଗୀତାରେ ଏହା କାର୍ଯ୍ୟ କରୁଛି । ଏହାକୁ ହ୍ୱାଇଟ ଲେବଲ ଏଟିଏମ ଦ୍ୱାରା କାର୍ଯ୍ୟକ୍ଷମ କରାଯାଉଥିବା ଜଣାପଡିଛି । ଯାହା ଫଳରେ ଏକାଧିକ ଆକାଉଂଟରୁ ୟୁପିଆଇ ଆପ ଜରିଆରେ ଟଙ୍କା ଉଠାଇବା କିମ୍ବା ପେମେଂଟ କରିବାର ସୁବିଧା ପାଇପାରିବେ ଗ୍ରାହକ । ଏହି ୟୁପିଆଇ ଏଟିଏମ ଦ୍ୱାରା ଟଙ୍କା ଉଠାଣ ସହଜ । ଯାହାର ଏକ ଡେମୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏବେ ଆସନ୍ତୁ ଦେଖିବା ଏଥିରୁ କେମିତି ଉଠାଇବେ ଟଙ୍କା ।

ୟୁପିଆଇ ଏଟିଏମ ଗୋଟିଏ ଟଚ ପ୍ୟାନେଲ ରୂପରେ ଦେଖାଯିବ । ଡାହାଣପଟେ ୟୁପିଆଇ କାର୍ଡଲେସ କ୍ୟାସ ଉପରେ ଟ୍ୟାପ କଲେ ଆଉ ଏକ ୱିଣ୍ଡୋ ଓପନ ହେବ । ଆପଣ କେତେ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତାହା ସ୍କ୍ରିନରେ ଦିଆଯାଇଥିବା ଅପ୍ସନ ଉପରେ କ୍ଲିକ କରିବେ । ସ୍କ୍ରିନରେ ଏକ କୁ୍ୟଆର କୋଡ୍ ଆସିବ । ଏହାପରେ ଆପଣ ୟୁପିଆଇ ଆପ ବ୍ୟବହାର କରି ଏହାକୁ ସ୍କାନ କରି ପାରିବେ । ପରେ ନିଜର ବ୍ୟାଙ୍କ ଆକାଉଣ୍ଟକୁ ବାଛିବା ସହ କନଫର୍ମ ଉପରେ କ୍ଲିକ କରିବାକୁ ପଡିବ । ଏଥିରେ ୟୁପିଆଇ ପିନ ଲେଖିବା ପରେ ଗ୍ରାହକଙ୍କ ପାଖକୁ ଏଟିଏମରୁ ଟଙ୍କା ଆସିଯିବ ।

ଏହି ବ୍ୟବସ୍ଥା ଦ୍ୱାରା ନୂଆ ଅନୁଭୂତି ପାଇପାରିବେ ୟୁଜର୍ସ । ଏହାସହିତ ବ୍ୟାଙ୍କିଙ୍ଗ ଭିତିଭୂମି ଓ ଟଙ୍କା ଉଠାଇବାର ଲିମିଟକୁ ବଢାଇପାରିବ । ବିଶେଷ କରି ୟୁପିଆଇ ମୋଡରେ ଟଙ୍କା ଉଠାଣ ଠକେଇ ରୋକିବାରେ ସହାୟକ ହେବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com