Featuredଓଡ଼ିଶାମନୋରଞ୍ଜନ

ଆଉ ନାହାନ୍ତି ନିଖୁଣ ଅଭିନେତା ପିଣ୍ଟୁ ନନ୍ଦ

ଆଉ ନାହାନ୍ତି ନିଖୁଣ ଅଭିନେତା ପିଣ୍ଟୁ ନନ୍ଦ । ପିଣ୍ଟୁଙ୍କ ବିୟୋଗରେ ସିନେ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ୪୭ ବର୍ଷ ବୟସରେ ହାଇଦ୍ରାବାଦର ଘରୋଇ ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇ ଅଭିନେତା ପିଣ୍ଟୁ ନନ୍ଦ ଏବେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କ ସ୍ଥିତି ଗମ୍ଭୀର ହୋଇପଡ଼ିଥିଲା ଏବଂ ପରେ ସେ ମୃତ୍ୟୁ ବରଣ କରିଥିଲେ ।

ତେବେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲେ ମଧ୍ୟ ପରିବାର ସଦସ୍ୟଙ୍କ ଲିଭର୍ ମ୍ୟାଚ ନହେବାରୁ ପ୍ରତିରୋପଣ ହୋଇପାରିନଥିଲା । ଏଥିପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଥିଲା।

୫୦ରୁ ଅଧିକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ୧୯୯୬ରେ ଚଳଚିତ୍ର କୋଇଲି ଜରିଆରେ ସେ ସିନେମା ଜଗତରେ ପାଦ ଥାପିଥିଲେ । ଏହାପରେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଦୋସ୍ତି ଭଳି ଆହୁରି ଅୋନକ ଫିଲ୍ମରେ ସେ ଅଭିନୟ କରିଥିଲେ । ଖାଲି ଏତିକି ନୁହେଁ ରଙ୍ଗ ନଂ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com