Breaking NewsFeaturedଓଡ଼ିଶାସ୍ୱାସ୍ଥ୍ୟ

ବ୍ୟାପି ଚାଲିଛି କିଡନୀ ରୋଗ, ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ଜନତା

ନୂଆପଡ଼ା: କିଡନୀ ରୋଗକୁ ନେଇ ଚିନ୍ତାରେ ନୂଆପଡ଼ା ବାସିନ୍ଦା । ବିଶେଷ କରି ଖଡ଼ିଆଳ, ସିନାପାଲି ଓ ବୋଡେନ ବ୍ଲକରେ କିଡନୀ ଆକ୍ରନ୍ତଙ୍କ ସଂଖ୍ୟ ଅଧିକ ଦେଖିବାକୁ ମିଳୁଛି । ଏହି ତିନିଟି ବ୍ଲକରେ ଶତାଧିକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । କାହାର ବାପା ତ ଆଉ କାହାର ସ୍ୱାମୀ । ପ୍ରତି ପରିବାରରୁ ଜଣେ କି ଦୁଇଜଣ କିଡନୀ ରୋଗରେ ପୀଡ଼ିତ ହୋଇଛନ୍ତି । ଏମିତି କି ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ଅନ୍ୟପଟେ ଜିଲ୍ଲାର ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ରୋଗର ଚିକିତ୍ସା ପାଇଁ ଆନୁଷଙ୍ଗିକ ସୁବିଧା ଥିଲେ ହେଁ ଡାକ୍ତର ନାହାନ୍ତି । ଯାହାଫଳରେ ଉତ୍ତମ ଚିକିତ୍ସା ନପାଇ ଲୋକମାନେ ରାୟପୁର, ଭିବନେଶ୍ୱର, କଟକ, ବୁର୍ଲା ସମେତ ବାହାର ରାଜ୍ୟକୁ ଯାଉଛନ୍ତି । ଏମିତି କି ଅନେକ ଲୋକ ଅଛନ୍ତି ଟଙ୍କା ଅଭାବରୁ ସ୍ଥାନୀୟ ବଇଦଙ୍କ ଠାରୁ ଚେରମୂଳି ଖାଉଛନ୍ତି । ଯଦି କେବଳ ଖଡିଆଳ ବ୍ଲକ କଥା କହିବା ତାହେଲେ ରିଷିଗାଁ ପଞ୍ଚାୟତର ସରଗାଦି ଗାଁରେ କିଡନୀ ରୋଗରେ ୩୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ୫୦ ରୁ ଅଧିକ ଲୋକ ଜୀବନ ସହ ସଂଗ୍ରାମ କରୁଛନ୍ତି । ସେହିପରି ଏହି ଗାଁର ସଂଗୀତା ବାଗଙ୍କ ଶ୍ୱଶୁର, ଦେଢଶ୍ୱର ଓ ସ୍ୱାମୀ ଏହି ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଗୋଟେପଟେ ଆର୍ଥିତ ସ୍ଥିତି ସୁଦୃଢ ନଥିବା ବେଳେ ଅନ୍ୟପଟେ ଘରର ମୁରବୀଙ୍କ ହରେଇ ସର୍ବସାନ୍ତ ହୋଇପଡିଛନ୍ତି ଏହି ପରିବାର ।

ଗାଁରେ ଏତେ ମାତ୍ରାରେ କିଡନୀ ରୋଗ ବ୍ୟାପୁଥିବା ବେଳେ ଏହାର ପ୍ରକୃତ କାରଣ କଣ ତାହା ଜଣାପଡିନାହିଁ । ହେଲେ ଲୋକଙ୍କ ଅଭିଯୋଗ ଅନୁସାରେ ଗାଁକୁ ଆସୁଥିବା ପାଣି ପ୍ରଦୂଷିତ ଥିବାରୁ ଏହି ରୋଗ ବ୍ୟାପୁଛି । ଯଥାଶୀଘ୍ର ତିଲାଖିରୁ ମେଗା ଜଳ ସେଚନ ପ୍ରକଳ୍ପରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରପଞ୍ଚଙ୍କ ସମେତ ଗାଁ ଲୋକମାନେ ଦାବି କରିଛନ୍ତି । ସେହିପରି ଜଳ ଯୋଗାଣ ସାଙ୍ଗକୁ ଖଡିଆଳ ଠାରେ କିଡନୀ ହସ୍ପିଟାଲ ସ୍ଥାପନ କରିବା ଏବଂ ଚିକିତ୍ସା ଖର୍ଚ୍ଚ ସମ୍ପୂର୍ଣ୍ଣ ରୂପେ ସରକାର ବହନ କରିବା ପାଇଁ ଲୋକମାନେ ମତ ଦେଇଛନ୍ତି । କେବେ ଏଠାକାର ଲୋକଙ୍କ ଦୁଃଖ ଦୂର ହେଉଛି । ସେମାନେ କେବେ ଏହି କିଡନୀ ରୋଗ ସଂକ୍ରମମରୁ ମୁକ୍ତ ହେଉଛନ୍ତି ତାକୁ ହିଁ ଅପେକ୍ଷା ।

Related Articles

Back to top button
WP Twitter Auto Publish Powered By : XYZScripts.com