ବିଜ୍ଞାନ ଓ ପ୍ରଯୁକ୍ତି

ରାଜଗଡ଼ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସମ୍ପର୍କିତ ବୈଠକ ଅନୁଷ୍ଠିତ

ରାଜଗଡ଼, ୧୦/୧୨/୨୦୨୨ –   କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ରାଜଗଡ଼ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଉପରେ ପର୍ଯ୍ୟବେଶିତ ଏକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଅଭୟକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ L.R.P ଏବଂ F.L.N ଉପରେ ଆଲୋଚନା କରା ଯାଇଥିଲା । ଏଥିରେ DIET (Teacher’s Educator) ରାଜ କିଶୋର ନାୟକ ଯୋଗଦେଇ ଶିକ୍ଷାର ସୁଦୂର ପ୍ରସାରୀ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ସେହିଭଳି CRCC ଅଚ୍ୟୁତାନନ୍ଦ ପୃଷ୍ଟି ଏବଂ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ଦାସ ବିଦ୍ୟାଳୟରେ ହେଉଥିବା ସମସ୍ତ ଶିକ୍ଷାଦାନ ପ୍ରକ୍ରିୟା, ପରୀକ୍ଷା ଏବଂ ପିଲାମାନଙ୍କ କୃତିତ୍ୱ ବିଷୟରେ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ । ଏହି ସଭାରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ଦାସ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସଭାକାର୍ଯ୍ୟରେ ସହଯୋଗ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com