ବିଜ୍ଞାନ ଓ ପ୍ରଯୁକ୍ତି

ଡିସେମ୍ବର ୯ରୁ ମାଟ୍ରିକ୍ ସେମେଟିଭ୍ ଖାତା ଦେଖା

ଭୁବନେଶ୍ୱର, ୩୦/୧୧/୨୦୨୨-  ବୁଧବାର ଶେଷ ହୋଇଛି ମାଟ୍ରିକ୍ ସେମେଟିଭ୍ ୧ ପରୀକ୍ଷା । ଡିସେମ୍ବର ୯ରୁ ଆରମ୍ଭ ହେବ ଖାତା ଦେଖା । ଏହି ଖାତା ଦେଖାରେ ମୋଟ୍ ୧୨ ହଜାର ୪୫୦ ଜଣ ଶିକ୍ଷକ ନିୟୋଜିତ ରହିବେ । ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏଁ ଖାତା ଦେଖା ଚାଲିବ । ଏଥିପାଇଁ ମୋଟ ୫୬ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯିବାକୁ ସ୍ଥିର କରାଯାଇଛି । ୧୦ ଦିନ ମଧ୍ୟରେ ଖାତା ଦେଖା ଶେଷ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ । ଖାତା ମୂଲ୍ୟାଙ୍କନର ଶୃଙ୍ଖଳା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରାଯାଇଛି । ଏନେଇ ବୋର୍ଡ ଉପସଭାପତି ସୂଚନା ଦେଇଛନ୍ତି । ଯେଉଁ କ୍ରମରେ ପରୀକ୍ଷା ହୋଇଛି, ସେହି କ୍ରମରେ ଖାତା ମୂଲ୍ୟାଙ୍କନ କରାଯିବ । ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ସେହିପରି ମଧ୍ୟମାରେ ୨୯୧୪ ଜଣ ପରୀକ୍ଷାର୍ଥୀ ୧୦୮ କେନ୍ଦ୍ରରେ ପରୀକ୍ଷା ଦେଇଥିବା ବେଳେ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com