ବିଜ୍ଞାନ ଓ ପ୍ରଯୁକ୍ତି

ଯୋଗୀଙ୍କ ଶପଥଗ୍ରହଣ ପୂର୍ବରୁ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାହୁଲ ନିହତ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଥିବା ତିରୁପତି ଅଳଙ୍କାର ସୋ’ରୁମରେ ପଶି ଶ୍ରବଣ କୁମାର ନାମକ ଜଣେ କର୍ମଚାରୀଙ୍କୁ ହତ୍ୟା ମାମଲାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତ ରାହୁଲ ସିଂକୁ ପୋଲିସ ଏନକାଉଣ୍ଟର କରିଛି । ଏଥିରେ ରାହୁଲ ପ୍ରାଣ ହରାଇଛି । ରାହୁଲ ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।
ଏନକାଉଣ୍ଟରରେ ସାମିଲ ଥିବା ଆଲିଗଞ୍ଜ ଇନ୍ସପେକ୍ଟର ଧର୍ମେନ୍ଦ୍ର ସିଂ ଯାଦବଙ୍କ କହିବାନୁସାରେ, ଆଲିଗଞ୍ଜର ସେକ୍ଟର ବିରେ ତିରୁପତି ଅଳଙ୍କାର ଦୋକାନ ରହିଛି । ୨୦୨୧ ଡିସେମ୍ବର ୮ରେ ଦୋକାନରେ ୪ ଜଣ କର୍ମଚାରୀ ଥିଲେ । ହଥାଠ କିଛି ଦୁର୍ବୃତ୍ତ ଦୋକନରେ ପଶିଥିଲେ ଓ ଅଳଙ୍କାର ଲୁଟିନେଇଥିଲେ । ତେବେ ଖସି ଯାଉଥିବା ବେଳେ ଶ୍ରବଣ ଜଣେ ଦୁର୍ବୃତ୍ତଙ୍କୁ ଧରି ପକାଇଥିଲେ । କିନ୍ତୁ ସେମାନେ ଶ୍ରବଣଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ସିସିଟିଭି ଫୁଟେଜରେ ଗୁଳି ମାରିଥିବା ଯୁବକ ଜଲାଲାବାଦର ରାହୁଲ ବୋଲି ଜଣାପଡିଥିଲା ।
ସେବେଠୁ ପୋଲିସ ତଦନ୍ତ କରି ରାହୁଲର କିଛି ସହଯୋଗୀଙ୍କୁ ଗିରଫ କରିଥିଲା । କିନ୍ତୁ ରାହୁଲର ପତ୍ତା ମିଳିନଥିଲା । ଗୁରୁବାର ରାତିରେପୋଲିସ ଚେକିଂ କରୁଥିବା ବେଳେ ରାହୁଲ ସହ ମୁହାଁମୁହିଁ ହୋଇଥିଲା । ଖସିବା ପାଇଁ ରାହୁଲ ପୋଲିସ ଉପରେ ଗୁଳି ଚଳାଇଥିଲା । ପୋଲିସବି ପାଲଟା ଜବାବ ଦେଇଥିଲେ । ଯେଉଁଥିରେ ରାହୁଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com