ବିଜ୍ଞାନ ଓ ପ୍ରଯୁକ୍ତି

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୧୪/୦୨/୨୦୨୩ –     ଆଖଣ୍ଡଳମଣିଙ୍କ ପୀଠରେ ଜାଗରଯାତ୍ରା ପାଇଁ  ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ମନ୍ଦିରରେ ରାତି  ୧ଟାରେ ମହାଦେବଙ୍କ ସୁନାବେଶ ହେବ । ଭୋର ୫ଟାରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ ।

ଜାଗରଯାତ୍ରା ପାଇଁ ମନ୍ଦିରର ପରିସରରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତରେ ପହଁଚିଥିବା ବେଳେ ମନ୍ଦିର ବେଢା ପରିସର, ଗର୍ଭଗୃହ, ପ୍ରାଚେରୀ, ଚାରିଦ୍ବାର ମନ୍ଦିର, କବାଟରେ ପିତଳ ଛାଉଣି କାମ ସରିଛି । ଆଲୋକିକରଣ କାମ ଚାଲିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଦକ୍ଷିଣଦ୍ବାର ଠାରୁ ଶିବଗଙ୍ଗା ପୁଷ୍କରିଣୀ ଯାଏଁ ସ୍ବତନ୍ତ୍ର ବ୍ୟାରିକେଡ କରାଯିବ ବୋଲି ଡିଆଇଭି ଡିଏସପି କହିଥିଲେ । ଭକ୍ତମାନେ ଗୋଟିଏ ଦ୍ବାରରେ ପ୍ରବେଶ କରି ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ, ଏଥିପାଇଁ ମନ୍ଦିର ଭିତର ବେଢା ସହ ମନ୍ଦିର ପରିସରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ

ଗତ ୨ବର୍ଷ ମହାମାରୀ କରୋନା ପାଇଁ ଜାଗରଯାତ୍ରାରେ ଭକ୍ତଙ୍କୁ ବାରଣ କରାଯାଇଥିବାରୁ ଚଳିତବର୍ଷ ୨ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ସେଥିପାଇଁ ଯାତାୟତ ଠାରୁ ଆରମ୍ଭ କରି, ପାନୀୟଜଳ, ସ୍ବାସ୍ଥ୍ୟ, ପାର୍କିଂ, ସ୍ଥଳ, ନଦୀଘାଟ ଓ ପରିମଳ ଉପରେ ଗୁରୁତ୍ବର ଭାବେ ଆଲୋଚନା କରିଥିଲେ ଜିଲାପାଳ । ସେହିପରି ବେତାଳିଗାଁ ବଜାର ଠାରୁ ଆରମ୍ଭ କରି ମଠଡିହ, ଆରଡି ପାନ୍ଥନିବାସ ଆଦି ୫ଟି ସ୍ଥାନରେ ଅସ୍ଥାୟୀ ଟ୍ରାଫିକ ପୋଷ୍ଟ ସହ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି SP କହିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com