ବିଜ୍ଞାନ ଓ ପ୍ରଯୁକ୍ତି

ଶ୍ରୀମନ୍ଦିରରେ ମୁତୟନ ଥିବା ପୋଲିସଙ୍କୁ ମୋବାଇଲ ଫୋନ ଭିତରକୁ ନେବା ମନା

ପୁରୀ, ୨୫/୧୧/୨୦୨୨-  ଶ୍ରୀମନ୍ଦିର ଭିତରେ ଡ୍ୟୁଟି କରୁଥିବା  ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି । ଏନେଇ ପୁରୀ ଏସପି କନୱର ବିସାଲ ସିଂ ସୂଚନା ଜାରି କରିଛନ୍ତି । କେବଳ ସିନିଅର ଅଫିସରଙ୍କୁ ଛାଡି ହୋମଗାର୍ଡ, ଓଏସଏପି ଯବାନ ସମେତ ସବୁ ପୋଲିସ କର୍ମଚାରୀଙ୍କ ପାଇଁ ଶୁକ୍ରବାର ଠାରୁ ଏହି ନିୟମ ଲାଗୁ ହୋଇଛି । ପୂର୍ବରୁ ସ୍ମାର୍ଟ ଫୋନ ଯୋଗୁଁ ଦାୟିତ୍ୱରେ ଖିଲାପ କରୁଥିବା ଅଭିଯୋଗ ମଧ୍ୟ ଆସିଥିଲା । ନିୟମ ଅନୁସାରେ, ମହାପ୍ରଭୁଙ୍କ ମନ୍ଦିରରେ ଫଟୋ ଉଠାଇବା ମନା । ଏନେଇ କଡା କଟକଣା ରହିଥିଲେ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ବାରମ୍ବାର ବାହାରକୁ ଆସୁଛି । ମହାପ୍ରଭୁଙ୍କ ଫଟୋ ସୋସିଆଲ ମିଡିଆରେ ବାରମ୍ବାର ଭାଇରାଲ ହେଉଛି । ତେଣୁ ଅନ୍ୟ ସାଧାରଣ ଭକ୍ତଙ୍କ ପରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନ ନେବା ପାଇଁ ଏସପି ବିସାଲ ସିଂ ପୋଲିସ କର୍ମଚାରୀଙ୍କୁ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com