ବିଜ୍ଞାନ ଓ ପ୍ରଯୁକ୍ତି

ଜିଲ୍ଲାସ୍ତରୀୟ ଅଦାଲତ ଗୁଡିକରେ ଲାଗୁ ହେଲା ପେପର ଲେସ୍ ବ୍ୟବସ୍ଥା

 ନୂଆଦିଲ୍ଲୀ, ୧୭/୦୯/୨୦୨୨-  ଜିଲ୍ଲାସ୍ତରୀୟ ଅଦାଲତ ଗୁଡିକରେ ଶନିବାର ଠାରୁ ଲାଗୁ ହୋଇଛି ପେପର ଲେସ୍ ବ୍ୟବସ୍ଥା । ଏଥି ନେଇ ଇ-ଫାଇଲିଂ ଓ ଇ-ଡକ୍ୟୁମେଣ୍ଟ ଦାଖଲ ପାଇଁ ହାଇକୋର୍ଟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ।

ଏହି କୋର୍ଟ ଶୁଭାରମ୍ଭ ହେବା ପରେ ଲୋକେ ଘରେ ବସି କୋର୍ଟରେ ଅଭିଯୋଗ କରିପାରିବେ । କମ୍ ସମୟରେ ମାମଲାର ବିଚାର କରାଯାଇପାରିବ । କଟକ ସ୍ଥିତ ଜୁଡ଼ିସିଆଲ ଏକାଡେମୀ ପରିସରରେ ଏନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହା ଦ୍ୱାରା ବିଚାର ପ୍ରକ୍ରିୟା ସହଜ ହୋଇପାରିବ । ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ଏକତ୍ର ରଖା ଯିବା ସହ ଗଛକଟାକୁ ରୋକା ଯାଇପାରିବ । ସମୟାନୁସାରେ ସଭିଏଁ ଟେକ୍ନୋଲୋଜିକୁ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

ଓଡିଶାର ୩୦ଟି ଜିଲ୍ଲାରେ ଏହି ସେବା ଶୁଭାରମ୍ଭ କରିଥିବାରୁ ଏହା ପ୍ରଶଂସା ଯୋଗ୍ୟ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ନେଇ ଏକ ସ୍ୱତନ୍ତ୍ର ପୋଷ୍ଟାଲ କଭର ମଧ୍ୟ ପ୍ରକାଶିତ ହୋଇଛି ।  ଚିଫ୍ ପିଏମଜି ଶୁଭେନ୍ଦୁ ସ୍ୱାଇଁଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୋଷ୍ଟାଲ କଭର ଓ ପୋଷ୍ଟକାର୍ଡର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏମଆର ଶାହା ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com