ବିଜ୍ଞାନ ଓ ପ୍ରଯୁକ୍ତି

ବିଭିନ୍ନ ଯୋଜନାର ତଦାରଖ ପାଇଁ ୩୦ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୨୩/୧୦/୨୦୨୨-  ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ତଦାରଖ କରାଯିବ । ଏଥିପାଇଁ ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲା ପାଇଁ ୩୦ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ କନ୍ଧମାଳ ଦାୟିତ୍ବ ଦିଆଯାଇଛି । ଅର୍ଥ ସଚିବ ବିଶାଲ ଦେବଙ୍କୁ ମୟୂରଭଞ୍ଜ ଦାୟିତ୍ବ ମିଳିଥିବା ବେଳେ କୋରାପୁଟ ଦାୟିତ୍ବ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ ଦିଆଯାଇଛି । ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି ଦାୟିତ୍ବ ଦିଆଯାଇଥିବା ବେଳେ ଖଣି ଇସ୍ପାତ ସଚିବ ଦେଓରଞ୍ଜନ ସିଂହଙ୍କୁ କେନ୍ଦୁଝର ଦାୟିତ୍ବ ମିଳିଛି । ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ପୁରୀ ଦାୟିତ୍ବ ମିଳିଛି । ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳାଇଙ୍କୁ ଦେବଗଡ଼, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ କେନ୍ଦ୍ରାପଡ଼ା, ମିଶନ ଶକ୍ତି ସଚିବ ସୁଜାତା ଆର. କାର୍ତ୍ତିକେୟନଙ୍କୁ କଟକ, ହସ୍ତତନ୍ତ ଓ ବୟନ ଶିଳ୍ପ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର, ଶ୍ରମ ସଚିବ ଚିତ୍ରା ଅନୁମଗମଙ୍କୁ ଗଜପତି, ଆଇଟି ସଚିବ ମନୋଜ ମିଶ୍ରଙ୍କୁ ଢେଙ୍କାନାଳ, ଓଏମସି ପରିଚାଳନା ନିର୍ଦ୍ଦେଶକ ବଲଓ୍ବନ୍ତ ସିଂହଙ୍କୁ ସୁନ୍ଦରଗଡ଼ ଦାୟିତ୍ବ ମିଳିଛି ।

ସେହିପରି ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମାଙ୍କୁ ଖୋର୍ଦ୍ଧା, ସମବାୟ ସଚିବ ସଞ୍ଜିବ କୁମାର ଚଢାଙ୍କୁ ମାଲକାନଗିରି, ମତ୍ସ୍ୟ ଓ ପଶୁସମ୍ପଦ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ରାୟଗଡା, ପାନୀୟ ଜଳ ଓ ପରିଚ୍ଛନ୍ନତା ନିର୍ଦ୍ଦେଶକ ବି. ପରମେଶ୍ବରଙ୍କୁ ନୟାଗଡ଼, ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍. ଅଶ୍ବସ୍ଥିଙ୍କୁ ଗଞ୍ଜାମ, ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ସମ୍ବଲପୁର, ବିଜ୍ଞାନ ଓ କାରିଗରି କୌଶଳ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଯାଜପୁର ଦାୟିତ୍ବ ଦିଆଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଲାଙ୍ଗୀର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଝାରସୁଗୁଡା, ସାମାଜିକ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲଙ୍କୁ ନବରଙ୍ଗପୁର, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ବୃନ୍ଦା ଡିଙ୍କୁ ଅନୁଗୁଳ, ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଅରବିନ୍ଦ ଡାକୁଆଙ୍କୁ ଭଦ୍ରକ, ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୌଦ୍ଧ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ଆର. ଯାଦବଙ୍କୁ ନୂଆପଡା,  ଇପିକଲ ଏମଡି ଭୂପେନ୍ଦ୍ର ସିଂ ପୁନିଆଙ୍କୁ ସୋନପୁର, ଶ୍ରମ ଆୟୁକ୍ତ ଏନ୍. ଥିରୁମାଳା ନାଏକଙ୍କୁ ବାଲେଶ୍ବର, ଏବଂ ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କୁ ବରଗଡ଼, ଦାୟିତ୍ବ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com