ବିଜ୍ଞାନ ଓ ପ୍ରଯୁକ୍ତି

ଦେଶରେ ଶତାୟୁ ଭୋଟରଙ୍କ ସଂଖ୍ୟା ୨.୪୯ ଲକ୍ଷ

ଭୁବନେଶ୍ୱର, ୦୯/୧୧/୨୦୨୨ –   ବୟସ ୧୦୦ ପାରି ହୋଇଗଲାଣି । ଅଧିକାଂଶ କ୍ଷେତ୍ରରେ ନିଜ କାମ କରିବା ତ ଦୂରର କଥା ଚଳନକ୍ଷମ ମଧ୍ୟ ନୁହନ୍ତି । କିନ୍ତୁ ମନ ମରିନାହିଁ । ଆଉ ଦେଶର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଅକ୍ଷୂର୍ଣ୍ଣ ରହିବା କଥା ଆସିଲେ ସେମାନେ ସଦା ଆଗଭର । ଆମେ କଥା ହେଉଛୁ ଦେଶର ବୟସ୍କ ଭୋଟରଙ୍କ ସମପର୍କରେ । ଏମାନଙ୍କ ବିଷୟରେ ଏକ ଚମକପ୍ରଦ ତଥ୍ୟ ପଦାକୁ ଆସିଛି । ଏହି ତଥ୍ୟ ପ୍ରଦାନ କରିଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର । ଦେଶରେ ଏବେ ରହିଛନ୍ତି ୨ ଲକ୍ଷ ୪୯ ହଜାର ଶତାୟୁ ଭୋଟର । ଏହା ଛଡା ୧.୫୦ କୋଟି ମତଦାତା ଅଛନ୍ତି ଯେଉଁମାନଙ୍କ ବୟସ ୮୦ ବର୍ଷରୁ ଅଧିକ ।

ଯେଉଁମାନେ ନିୟମିତ ଭାବେ ପ୍ରତି ନିର୍ବାଚନରେ ନିଜ ମତ ସାବ୍ୟସ୍ତ କରୁଛନ୍ତି । ଏତେ ବୟସରେ ମତଦାନ କରୁଥିବା ନଜରକୁ ଆସିଲେ ସାଧାରଣତଃ ମନରେ କୌତୂହଳ ଜାତ ହୋଇଥାଏ । କିନ୍ତୁ ଏହି ଶତାୟୁ ଭୋଟରମାନେ ମତଦାନ ଜରିଆରେ ଗଣତନ୍ତ୍ରର ମହାନ ପରମ୍ପରାକୁ କାଏମ ରଖିଛନ୍ତି । ସିଇସି ମହାରାଷ୍ଟ୍ର ପୁଣେରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏକା କହିଛନ୍ତି । ନିକଟରେ ଭାରତର ପ୍ରଥମ ମତଦାତା ଶ୍ୟାମ ସରନ ନେଗୀଙ୍କର ୧୦୬ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ନିଜ ମୃତ୍ୟୁର ୩ଦିନ ପୂର୍ବରୁ ସେ ପୋଷ୍ଟାଲ ବାଲଟ ମାଧ୍ୟମରେ ନିଜର ମତଦାନ କରିଥିଲେ । ସିଇସି ଯୁବ ଭୋଟରଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ସେମାନେ ଶତାୟୁ ଭୋଟରଙ୍କ ଠାରୁ ଶିକ୍ଷାଲାଭ କରିବା ଉଚିତ । ଅନ୍ତତଃ ଯୁବକମାନେ ମତଦାନ ନେଇ ନିଜର ସାମ୍ବିଧାନିକ ଅଧିକାରକୁ ହତାଛଡା ନ କରି ପଞ୍ଜୀକରଣ ସହ ମୂଲ୍ୟବାନ ଭୋଟ ଦିଅନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com