ବିଜ୍ଞାନ ଓ ପ୍ରଯୁକ୍ତି

୬ ଲକ୍ଷ ଡୁପ୍ଲିକେଟ୍ ଆଧାର କାର୍ଡକୁ କ୍ୟାନସଲ୍ କରିଦେଇଛି UIDAI

ନୂଆଦିଲ୍ଲୀ, ୨୭/୦୭/୨୦୨୨- ଆଧାର କାର୍ଡ ଆଜିର ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପ୍ରମାଣ ପତ୍ର । ଯେକୌଣସି କାମରେ  ପରିଚୟ ପତ୍ର ଖୋଜା ପଡିଲେ ସମସ୍ତେ ଆଗ  ଆଧାର କାର୍ଡ ହିଁ ଖୋଜିଥାନ୍ତି । ତେଣୁ ଏହାକୁ କେମିତି ସୁରକ୍ଷିତ ରଖାଯାଇପାରିବ, ଏହାର କେମିତି ଖରାପ ବ୍ୟବହାର ନହେବ । ସେଥିପ୍ରତି ଧ୍ୟାନ ଦେବା ଜରୁରୀ ହେଇପଡିଛି । କିଛି ଦିନ ହେଲା ଭାରତରେ ଅନେକ ନକଲି ଆଧାର କାର୍ଡ ଦେଖିବାକୁ ମିଳିଛି । ଅନେକ ଲୋକ, ଲୋକମାନଙ୍କର ଡୁପ୍ଲିକେଟ୍ ଆଧାର କାର୍ଡ ତିଆରି କରି ଏହାକୁ ଖରାପ କାମରେ ବ୍ୟବହାର କରୁଛନ୍ତି । ତେଣୁ ଏହା ଉପରେ ତୁରନ୍ତ ଆକ୍ସନ ନେବା ସହିତ UIDAI ପ୍ରାୟ ୬ ଲକ୍ଷ ଡୁପ୍ଲିକେଟ୍ ଆଧାର କାର୍ଡକୁ କ୍ୟାନସଲ୍ କରିଦେଇଛି । ଲୋକସଭାରେ ମଧ୍ୟ ଏନେଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି । ଆଧାର କାର୍ଡ ଏବେ ସମସ୍ତ ନାଗରିକଙ୍କ ପାଇଁ ଏକ ଜରୁରୀ ପରିଚୟ ପତ୍ର ହେଇସାରିଛି ।  ତେଣୁ ଆପଣଙ୍କର ଆଧାରକାର୍ଡ ସୁରକ୍ଷିତ ଅଛି କି ନାହିଁ  ସ୍ମାର୍ଟଫୋନ୍ ସାହାଯ୍ୟରେ ଚେକ୍ କରାଯାଇପାରିବ ।

– ଏଥିପାଇଁ ପ୍ରଥମେ www.uidai.gov.in ୱେବସାଇଟକୁ ଯିବାକୁ ପଡିବ।

– ୱେବସାଇଟକୁ ଯିବା ପରେ ସେଠାରେ  Verify AADHAAR ଅପସନ୍ ଦେଖିବାକୁ ମିଳିବ ।

– ସେଠାରେ କ୍ଲିକ୍ କରିବା ପରେ ଆପଣଙ୍କୁ ଆପଣଙ୍କର ୧୨ ନମ୍ବର ବିଶିଷ୍ଟ ଆଧାର ନମ୍ବର ଦେବାକୁ ପଡିବ ।

– ଆଧାର ନମ୍ବର ଦେବା ପରେ ସେଠାରେ ଆଧାର କାର୍ଡ Verify ହେଇ ରହିଛି କି ନାହିଁ ଜଣାପଡିଯିବ।

– ଯଦି ନିଜର ଆଧାର କାର୍ଡ Verify କରିବା ଅସଫଳ ହେବ । ତେବେ ୱେବସାଇଟରେ ଆପଣଙ୍କ ଆଧାର କାର୍ଡ ମହଜୁଦ୍ ନାହିଁ ବୋଲି ଦେଖାଇବ ।

ଆପଣଙ୍କର ଆଧାର କାର୍ଡ ଯଦି ଭେରିଫାଏ ନଦେଖାଉଛି, ତେବେ ତୁରନ୍ତ ନିଜର ଆବଶ୍ୟକୀୟ ଡକୁମେଣ୍ଟସ ସହ ନିକଟସ୍ଥ ଆଧାର ଏନରୋଲମେଣ୍ଟ କେନ୍ଦ୍ରରେ ଏହା କରାଇ ନିଅନ୍ତୁ । ଯାହାଦ୍ୱାରା ଆଧାର କାର୍ଡ ସୁରକ୍ଷିତ ରହିବା ସହିତ ଏହାର କୌଣସି ଖରାପ ବ୍ୟବହାର ହୋଇପାରିବନି ।

Related Articles

Back to top button
WP Twitter Auto Publish Powered By : XYZScripts.com