ବିଜ୍ଞାନ ଓ ପ୍ରଯୁକ୍ତି

ଧବଳେଶ୍ୱର ଝୁଲା ପୋଲରେ ଯାତାୟତ କରିବେ ୨୦୦ ଲୋକ

ଭୁବନେଶ୍ୱର, ୩୧/୧୦/୨୦୨୨ –   ଗୁଜୁରାଟର ଝୁଲା ପୋଲ ଦୁର୍ଘଟଣା ପରେ ସଜାଗ ହୋଇଛି କଟକ ଜିଲ୍ଲା ପ୍ରଶାସନ । ଆଠଗଡ଼ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲରେ ଏବେ ଯାତାୟତ କରିବେ ୨୦୦ ଲୋକ । ଏହି ପୋଲର କ୍ଷମତା ୬୦୦ ଶହ ଥିବା ବେଳେ ଏହି ଝୁଲା ପୋଲର ଲମ୍ବ ରହିଛି ୨୫୪ ମିଟର ଅଟେ । ଗତକାଲି କୋଲକାତାରରୁ ଏକ ବୈଷୟିକ ଟିମ୍ ଆସି ପୋଲକୁ ଯାଞ୍ଚ୍ କରିଥିଲେ । କାର୍ତ୍ତିକ ମାସ ଚାଲିଥିବା କାରଣରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଏହି ପୋଲ ଦେଇ ଯିବାଆସିବା କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com