ବିଜ୍ଞାନ ଓ ପ୍ରଯୁକ୍ତି

ଜିରୋ ନାଇଟ୍ ସେଲିବ୍ରେସନ ଜଗିବେ ୧୩ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ୱର, ୨୮/୧୨/୨୦୨୨-    ଆଉ ମାତ୍ର ୨ ଦିନ ପରେ ନୂଆ ବର୍ଷ ୨୦୨୩ । ତେଣୁ ରାଜଧାନୀ ଭୁବନେଶ୍ୱରରେ ଜମିବ ଜିରୋ ନାଇଟ୍ ସେଲିବ୍ରେସନ । ଗତ ୨ ବର୍ଷ ହେଲା କରୋନା ଯୋଗୁଁ ନୂଆ ବର୍ଷ ପାଳନ ହୋଇପାରି ନ ଥିବାରୁ ଏଥର ନୂଆ ବର୍ଷକୁ ଧୁମ୍‌ଧାମରେ ପାଳନ ପାଇଁ ରାଜଧାନୀର ବିଭିନ୍ନ ହୋଟେଲ, ବାର୍‌ ମଧ୍ୟ ବ୍ୟବସ୍ଥା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ରାଜଧାନୀରେ କମିଶନରେଟ୍ ପୁଲିସ ରାସ୍ତାରେ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି ଭାବେ କରିବ । ସହରର ୨୮ଟି ସ୍ଥାନରେ ଚେକ୍‌ ପୋଷ୍ଟ୍ କରାଯିବ ।

ସେହିପରି ୧୭ ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ ପିଇ ଗାଡ଼ି ଚଲାଉଥିବା ଲୋକଙ୍କ ଉପରେ ନଜର ରଖାଯିବ । ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ ଓ ୩ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ହେବେ । ଭୁବନେଶ୍ୱର DCPଙ୍କ ନେତୃତ୍ୱରେ ୪ ଅତିରିକ୍ତ DCP, ୭ ACP ଓ ୨୩ ଇନ୍ସପେକ୍ଟରଙ୍କ ସମେତ ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ହୋଟେଲମାନଙ୍କରେ ସ୍ୱତନ୍ତ୍ର ପୁଲିସ ମଧ୍ୟ ଉପସ୍ଥିତ ରହିବେ । କୌଣସି ଆଇନ ବିରୋଧ ଜନିତ କାର୍ଯ୍ୟକଳାପ ରୋକିବାକୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏମାନଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି । ସେହିଭଳି ନୂଆବର୍ଷ ଦିନ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ୧୦ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯିବ । ଏଥର ପୋଲିସ କଡା ସୁରକ୍ଷା ବଳୟ ଭିତରେ ନୂଆବର୍ଷ ସେଲିବ୍ରେସନ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com