ବିଜ୍ଞାନ ଓ ପ୍ରଯୁକ୍ତି

୨୨ ବର୍ଷରେ ୪୪ ଲକ୍ଷ ୯୯ ହଜାର ପରିବାର ପାଇଛନ୍ତି ପକ୍କାଘର

ଭୁବନେଶ୍ୱର, ୨୮ /୦୨/୨୦୨୩ –    ଆବାସକୁ ନେଇ ମଙ୍ଗଳବାର ବିଧାନସଭାରେ ଉତ୍ତର  ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନରେ ପ୍ରଦୀପ କହିଛନ୍ତି  ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗତ ୨୨ ବର୍ଷରେ ୪୪ ଲକ୍ଷ ୯୯ ହଜାର ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି ।

ସେହିପରି କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ଲକ୍ଷ ୫୯ହଜାର ପ୍ରଧାନମନ୍ତ୍ରୀ ଆବାସ ଗୃହ ପରେ ୨୦୧୯ ମସିହା ମାର୍ଚ୍ଚ ୭ ତାରିଖ ପୂର୍ବରୁ ଚିହ୍ନିତ ପରିବାରଙ୍କ ମଧ୍ୟରୁ ୧ଲକ୍ଷ ୩୦ହଜାର ୮୭୩ ପରିବାର ଆବାସ ପ୍ଲସ ତାଲିକାରେ ଯୋଗ୍ୟ ବିବେଚିତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com