Breaking NewsFeaturedବିଜ୍ଞାନ ଓ ପ୍ରଯୁକ୍ତି

ଚନ୍ଦ୍ରକୁ ଯାଇନଥିଲେ ନିଲ ଆର୍ମଷ୍ଟ୍ରଙ୍ଗ

ଆମେ ସମସ୍ତେ ପଢିଛେ ଯେ ନିଲ ଆର୍ମଷ୍ଟ୍ରଙ୍ଗ ହେଉଛନ୍ତି ପ୍ରଥମ ମଣିଷ ଯିଏକି ଚନ୍ଦ୍ରପୃଷ୍ଠରେ ପାଦ ରଖିଛନ୍ତି । ୧୯୬୯ ଜୁଲାଇ ୨୦ ରେ ଏଇ ଆମେରିକୀୟ ଏୟାର ଫୋର୍ସର ସୈନିକ ତଥା ଏରୋନୋଟିକାଲ ଇଂଜିନିୟର ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିବା ନାସା ଦାବି କରିଥିଲା । ସେଠାରେ ଉଠାଇଥିବା କିଛି ଫଟୋ ମଧ୍ୟ ନାସା ପାକ୍ଷରୁ ସେତେବେଳେ ଜାରି କରାଯାଇଥିଲା ।

ଏହାକୁ ନେଇ ସବୁବେଳେ ଦ୍ୱିମତ ରହି ଆସିଛି । ସନେ୍ଦହ କରୁଥିବା ଗୋଷ୍ଠୀ ଅନେକ କିଛି ତଥ୍ୟ ଦେଇ ଆମେରିକାର ଏଇ ସଫଳତାକୁ ଗୋଟେ ମିଛ ନାଟକ ବୋଲି କହି ଆସୁଛନ୍ତି । ଏପରିକି ଏବେ ଋଷ ବି ଆମେରିକାର ଏଇ ମିସନକୁ ନେଇ ଅନୁସନ୍ଧାନ କରିବ ବୋଲି କହିଲାଣି । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ କାରଣ ଯୋଗୁ ଏହାକୁ ମିଛ ବୋଲି କୁହାଯାଉଛି ।

୧୯୫୦ ବେଳକୁ ମହାକାଶ ବିଜ୍ଞାନରେ ବେଶ ସକ୍ରିୟ ଥାନ୍ତି ଦୁଇ ମହାଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ଋଷ । ଦୁଇ ଦେଶର ବୈଜ୍ଞାନିକମାନେ ଲାଗି ପଡିଥାନ୍ତି ଅନ୍ତରୀକ୍ଷ ଗବେଷଣାରେ । ଗବେଷଣାରେ ଆମେରିକା ଠାରୁ ଋଷ କେଇପାଦ ଆଗରେ ରହିଥାଏ । ୧୯୫୭ ନଭେମ୍ବର ୩ ତାରିଖରେ ଋଷ ଲଇକା ନାମକ କୁକୁରକୁ ପ୍ରଥମେ ପଠାଇଥିଲା ମହାକାଶକୁ । ଯାହା ସେତେବେଳେ ପୁରା ବିଶ୍ୱକୁ ଚମକାଇ ଦେଇଥିଲା । ଏହାପରେ ପୁଣି ଋଷ ୧୨ ଏପ୍ରିଲ ୧୯୬୧ରେ ୟୁରି ଗାଗରିନ ନାମକ ଜଣେ ପାଇଲଟଙ୍କୁ ପଠାଇଥିଲା ମହାକାଶକୁ । ୟୁରି ଗାଗରିନ ହେଉଛନ୍ତି ପ୍ରଥମ ମଣିଷ ଯିଏ ମହାକାଶକୁ ଯାଇଛନ୍ତି ।

ଏହାକୁ ନେଇ ରଷକୁ ଉପରେ କ୍ଷୁବ୍ଧ ଥାଏ ଆମେରିକା । ସେତେବେଳେ ଜନ ଏଫ କେନେଡି ଥିଲେ ଆମରିକା ରାଷ୍ଟ୍ରପତି । ସେତେବେଳେ ଆମେରିକୀୟ ଗବେଷଣା ସଂସ୍ଥା ନାସା ଆରମ୍ଭ କରିଥିଲା ମିଶନ ମୁନ । ଆପୋଲୋ ୧୧ ଯାନରେ ନିଲ ଆର୍ମଷ୍ଟ୍ରଙ୍ଗ ୧୯୬୯ ଜୁଲାଇ ୨୦ରେ ପ୍ରଥମ କରି ଚନ୍ଦ୍ର ପୃଷ୍ଠରେ ପାଦ ରଖିଥିଲେ । ଏନେଇ ଫୋଟ ମଧ୍ୟ ଜାରି କରିଥିଲା ନାସା । ଯାହା ପୁରା ବିଶ୍ୱ ଜାଣେ କିନ୍ତୁ ଏହା କାଳେ ଏକ କପୋଳକଳ୍ପିତ କାହାଣୀ । ଏହା ପଛରେ ରହିଛି ଆମେରିକାର ଷଡଯନ୍ତ୍ର । ଋଷକୁ ନିଚା ଦେଖାଇବା ପାଇଁ ଏଭଳି ଏକ କାହଣୀ ରଚା ଯାଇଥିଲା । ତେବେ ଏହି ସନେ୍ଦହ ପଛର କାରଣଗୁଡିକ ହେଉଛି

ଯେଉଁ ଫଟୋ ନସା ପାକ୍ଷରୁ ଜାରି କରାଯାଇତିଲା ସେଥିରେ ନିଲ ଆର୍ମଷ୍ଟ୍ରଙ୍ଗ ଆମେରିକାର ଜାତୀୟ ପତକାକୁ ପୋତିଲା ବେଳେ ତାହା ଉଡୁଥିଲା । କିନ୍ତୁ ଚନ୍ଦ୍ର ପୃଷ୍ଠରେ ବାୟୁ ନାହିଁ ତେଣୁ ତାହା ହଲିଲା କେମିତି । ସେପଟେ ଆଉ ଏକ ଫଚୋକୁ ନେଇ ପ୍ରଶ୍ନ ଫଠୁଛି ଯେ ଫଟୋରେ ଯେଉଁ ଦୁଇଟି ଛାଇ ରହିଛି ତାହା ହିଁ ମିଛ ବୋଲି ପ୍ରମାଣିତ କରୁଛି । କାରଣ ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟାଲୋକରେ କେବଳ ଗୋଟିଏ ଛାଇ ରହିବା ଦରକାର । ସେପଟେ ଋଷ ଏବେ ଯେଉଁ ଅନୁସଧାନ କଥା କହୁଛି । ଏବେ କଣ ଅନୁସଂଧାନ ସମ୍ଭବ ।

ଆମେରିକାର ଏଇ ମିଶନକୁ ୫୫ ବର୍ଷ ହେଲାଣି ଏବେ କଣ ସେଠି ସୁରାକ ମିଳିବ । ତେବେ ଋଷର କହିବା କଥା ଚନ୍ଦ୍ରରେ ବାୟୁ ନାହିଁ ବା ପବନ ହୁଏନି । ତେଣୁ ଆଜି ବି ସେଠି ନିଲ ଆର୍ମଷ୍ଟଙ୍ଗ ପାଦ ଚିହ୍ନ ରହିଥିବ । ତେଣୁ ସେ ଏହାର ଅନୁସଂଧାନ କରିବ । ଏବଂ ସତ୍ୟକୁ ସାମନାକୁ ଆଣିବ । ତେବେ ସେଇ ସମୟକୁ ଅପେକ୍ଷା ଯେ କିଏ ସତ କହୁଛି ଆଉ କିଏ ମିଛ କହୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com