ବିଜ୍ଞାନ ଓ ପ୍ରଯୁକ୍ତି

ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦ ଖୁବଶୀଘ୍ର ପୂରଣ ହେବ

ଭୁବନେଶ୍ୱର, ୨୦/୧୨/୨୦୨୨ –   ରାଜ୍ୟର ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପଦକ୍ଷେପ ଗ୍ରହଣ କରିଛି । ଖୁବଶୀଘ୍ର ଖାଲି ପଡ଼ିଥିବା ପଦବୀ ଗୁଡ଼ିକରେ ୧୧୭୮ଜଣ ଶିକ୍ଷକଙ୍କୁ  ନିଯୁକ୍ତି ଦିଆଯିବ । ୧୧୭୮ ପଦରୁ ୧୦୦ଟି ପଦ ଅଧ୍ୟକ୍ଷଙ୍କ ପାଇଁ ଥିବା ବେଳେ ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ ବର୍ଗର ୫୧ଟି ଇଂରାଜୀ ପଦ, ୬୨ଟି ଫିଜିକ୍ସ, ୬୧ ଲେଖାଏଁ କେମେଷ୍ଟ୍ରି ଓ ଗଣିତ, ୪୧ଟି ବାୟୋଲୋଜି, ୨୫ଟି ବାଣିଜ୍ୟ ଓ ୧୧ଟି ଅର୍ଥନୀତି  ଶିକ୍ଷକ ନିଯୁକ୍ତି ପାଇବେ । ସେହିପରି ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକ ବର୍ଗର ୧୬୩ଟି ଇଂରାଜୀ, ୧୦୮ଟି ଗଣିତ, ୮୧ଟି ସାମାଜିକ ବିଜ୍ଞାନ, ୩୩ଟି ବିଜ୍ଞାନ ଏବଂ ଓଡ଼ିଆରେ ୮ଟି ଶିକ୍ଷକ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ ।

ସେହିପରି ୨୦୫ଟି ପଦରେ କଳା ଶିକ୍ଷକ ନିଯୁକ୍ତି ପାଇବାକୁ ଥିବା ବେଳେ ୮୯ଜଣ ଖେଳ ଶିକ୍ଷକ ଏବଂ ୭୯ଜଣ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପାଇବେ । ଏହି ସବୁ ପଦବୀ ଗୁଡ଼ିକ ମଧ୍ୟରୁ ୪୯୯ଟି ଅନୁସୂଚିତ ଜନଜାତି, ୨୧୧ଟି ଅନୁସୂଚିତ ଜାତି, ୧୦୪ଟି SEBC ଓ ୩୬୪ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ରହିବ । ଅନଲାଇନରେ ଆବେଦନ ଓ ଦକ୍ଷତା ପରୀକ୍ଷା ହେବ । ନିଯୁକ୍ତି ସଂକ୍ରାନ୍ତୀୟ ସବିଶେଷ ତଥ୍ୟ OAVS ୱେବସାଇଟରେ ଉପଲବ୍ଧ ହେବ ।

ସରକାରୀ ସ୍ତରରେ ଏନେଇ ଅନୁମୋଦନ ମିଳିସାରିଛି । ପଦ ସଂରକ୍ଷିତ ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସ୍ତରରେ ଅନୁମୋଦନ ମିଳିଥିବା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମତି ବାକି ରହିଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏଡସିଲ୍ ଇଣ୍ଡିଆ ଚୟନ ପ୍ରକ୍ରିୟା କରିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com