ବିଜ୍ଞାନ ଓ ପ୍ରଯୁକ୍ତି

ଆସନ୍ତାକାଲି ଲିଙ୍ଗରାଜଙ୍କ ରଥଯାତ୍ରା

ଭୁବନେଶ୍ୱର, ୨୮/ ୦୩/ ୨୦୨୩ –    ଅଶୋକାଷ୍ଟମୀ ଅବସରରେ ବୁଧବାର ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏହାକୁ ନଜରରେ ରଖି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଏଥିପାଇଁ ଆଜି ସପ୍ତମୀରେ ଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତୀ ପରେ ମରିଚି କୁଣ୍ଡରୁ ପ୍ରଥମ ଗରା ପାଣି ଆଣି ପୂଜା କରାଯିବ ଏବଂ ନେତ ଉତ୍ସବ ଅବସରରେ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ରଥ ପ୍ରତିଷ୍ଠା କାର୍ଯ୍ୟପାଇଁ ପୁରୀରୁ ରାଜଗୁରୁ ଆସି ରଥ ପ୍ରତିଷ୍ଠା କରିବାର ବିଧି ରହିଛି ।

ରୁକୁଣା ରଥଯାତ୍ରା ଆରମ୍ଭ ହୋଇ ୫ ଦିନ ଧରି ଚାଲିବ । ଏଥିପାଇଁ ସମସ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ୧୨ଟାରେ ମଙ୍ଗଳା ଆଳତୀ, ୨ଟାରେ ଭୋଗ ଲାଗି ଓ ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥଟଣା ଆରମ୍ଭ ହେବ ।  ରଥଯାତ୍ରା ସୁରୁଖୁରୁରେ ତଥା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ, ପୋଲିସ ଓ BMC ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com