ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଭାରତରେ ପ୍ରଥମେ ୧୩ଟି ସହରରେ ଲଞ୍ଚ ହେବ ୫ଜି ସେବା

ଦେଶରେ ୫ଜି ସେବା ପାଇଁ ସ୍ପେକ୍ଟ୍ରମ୍ ବିକ୍ରୀ ସେରିଛି। ଚଳିତ ମାସ ଶେଷ ସୁଦ୍ଧା ଜିଓ,ଭୋଡାଫୋନ୍ କିମ୍ବା ଏୟାରଟେଲ ୫ଜି ସେବା ଲଞ୍ଚ କରିପାରନ୍ତି। ଅଗଷ୍ଟ ମାସରେ ୫ଜି ସେବା ଲଞ୍ଚ କରିବାକୁ ଜିଓ ଏବଂ ଏୟାରଟେଲ ପୁର୍ବରୁ ଘୋଷଣା କରି ସାରିଛନ୍ତି। ଆଶା କରାଯାଉଛି ଯେ, ଚଳିତ ମାସ ଶେଷରେ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜର ବାର୍ଷିକ ବୈଠକରେ ଜିଓ ୫ଜି ସେବା ଲଞ୍ଚ କରିପାରେ। ଏହା ବ୍ୟତୀତ ସେପ୍ଟେମ୍ବର ୨୯ ରୁ ଇଣ୍ଡିଆ ମୋବାଇଲ କଂଗ୍ରେସରେ ସରକାର ୫ଜି ଲଞ୍ଚ ହେବାର ସରକାରୀ ଘୋଷଣା କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି। ଏକା ସାଙ୍ଗରେ ଦେଶର ସମସ୍ତସହରରେ ୫ଜି ସେବା ଲଞ୍ଚ ହେବ ନାହିଁ ଏବଂ ୪ଜି ପରି ଏହା ଏତେଟା ବ୍ୟାପକ ହେବ ନାହିଁ। ୫ଜି ଏହା ବିଭିନ୍ନ ପର୍ଯ୍ୟାୟରେ ଧୀରେ ଧୀରେ ଲଞ୍ଚ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ୧୩ ଟି ସହର ଚୟନ କରାଯାଇଛି ଯେଉଁଠାରେ ପ୍ରଥମେ ୫ଜି ସେବା ଲଞ୍ଚ ହେବ ।  ଅହମ୍ମଦାବାଦ, ବାଙ୍ଗାଲୋର, ଚଣ୍ଡିଗଡ଼ , ଚେନ୍ନାଇ , ଦିଲ୍ଲୀ ,ଗାନ୍ଧିନଗର , ଗୁରୁଗ୍ରାମ , ହାଇଦ୍ରାବାଦ , ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ପୁଣେରେ ପ୍ରଥମେ ୫ଜି ସେବା ଲଞ୍ଚ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com