Featuredଓଡ଼ିଶାରାଜନୀତି

ପ୍ରଭୁ ଶ୍ରୀରାମ ଓ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାର ସେବା କରିବି: ଅଶ୍ଵିନୀ ବୈଷ୍ଣବ

ରାଜ୍ୟ ସଭା ପାଇଁ ନାମାଙ୍କନ ଭରିଲେ ଅଶ୍ବିନୀ ବୈଷ୍ଣବ। ଏହା ପରେ ଦେଲେ ନିଜ ପ୍ରତିକ୍ରିୟା। କହିଲେ ସେତୁବନ୍ଧ ବେଳେ ଗୁଂଡୁଚିର ଭୂମିକା ଭଳି କାର୍ଯ୍ୟ କରିବି। ତେବେ ପୁଣିଥରେ ସୁଯୋଗ ମିଳିଥିବାରୁ ସମସ୍ତଙ୍କ ନିକଟରେ ସେ କୃତଜ୍ଞତା ଜଣାଇଛନ୍ତି। କହିଛନ୍ତି ଯେ ପ୍ରଭୁ ଶ୍ରୀରାମ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାର ସେବା କରିବି।

ବୁଧବାର ଅଶ୍ୱିନୀଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଘୋଷଣା କରିବା ପରେପରେ ବିଜେଡି ସମର୍ଥନ ଘୋଷଣା କରିଥିଲା। ହେଲେ ଆଜି ଅଶ୍ଵିନୀ ନାମାଙ୍କନପତ୍ର ଦାଖଲ କରିବା ବେଳେ ବିଜେଡି ପକ୍ଷରୁ କେହି ଜଣେ ହେଲେ ନେତା ଉପସ୍ଥିତ ନଥିଲେ। ଯାହା ଚର୍ଚାର ବିଷୟ ପାଲଟିଛି। ସମର୍ଥନ ଘୋଷଣା ପରେ ମଧ୍ୟ କାହିଁକି କେହି ଉପସ୍ଥିତ ରହିଲେନି ସେନେଇ ଉଠିଛି ସାଧାରଣରେ ପ୍ରଶ୍ନ। ତେବେ ଓଡ଼ିଶାରୁ ତୃତୀୟ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଅଶ୍ଵିନୀ।

ଏହି ସମୟରେ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ୨୦୧୯ରେ ମଧ୍ୟ ସେ ଓଡ଼ିଶାରୁ ରାଜ୍ୟ ସଭା ପାଇଁ ଚୟନ ହୋଇଥିଲେ ଏବଂ ବିଜେଡି ସମର୍ଥନ ଜଣାଇଥିଲା। ସେପଟେ ଅଶ୍ଵିନୀଙ୍କ ପୂର୍ବରୁ ବିଜେଡି ପକ୍ଷରୁ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ନାମାଙ୍କନ ଭରି ସାରିଛନ୍ତି

Related Articles

Back to top button
WP Twitter Auto Publish Powered By : XYZScripts.com