Featuredଜାତୀୟ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଜନଗଣ ମନ ଅଧିର ଇଂରାଜୀ ଅନୁବାଦ ।

ଭାରତୀୟ ଜାତୀୟ ସଙ୍ଗୀତ ତଥା ଜନ ଗଣ ମନ ଅଧି ସହିତ ସମସ୍ତେ ପରିଚିତ । ଏହାର ରଚୟିତା ଦେଶର ଅନ୍ୟତମ ମହାନ୍ କବି ରବିନ୍ଦ୍ରନଥ ଟାଗୋର । ୧୯୧୧ ମସିହାରେ ରଚନା ହୋଇଥିବା ଜନଗଣ ମନଅଧି ପ୍ରଥମେ ବଙ୍ଗାଳୀ ଭାଷାରେ ଲେଖା ହୋଇଥିଲା । ଭାରତ ସ୍ୱାଧୀନତା ହାସଲ କରିବାର କିଛି ଦିନ ଅର୍ଥାତ୍ ୨୪ ଜାନୁଆରୀ ୧୯୫୦ ମସିହାରେ ସମ୍ବିଧାନ ସଭା ଦ୍ୱାରା ଜାତୀୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଥିଲା । ୨୭ ଡ଼ିସେମ୍ବର ୨୦୧୧ରେ ଏହାର ପ୍ରତମ ଗାନର ଶତ ବର୍ଷ ପାଳନ କରାଯାଇଥିଲା । ଆମର ଜାତୀୟ ସଙ୍ଗୀତକୁ ଗାନ କରିବା ପାଇଁ ୫୨ ସେକେଣ୍ଡ ସମୟ ଲାଗିଥାଏ । ନିୟମ ଅନୁଯାୟୀ

ରାଷ୍ଟ୍ରପତି ଏବଂ ରାଜ୍ୟପାଳ ଯୋଗ ଦେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନେ ଆସନ ଗ୍ରହଣ କରିବା କିମ୍ବା ଛାଡ଼ିବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନର ନିୟମ ରହିଛି । ବର୍ତ୍ତମାନ

ଇଣ୍ଟରନେଟ୍‌ରେ ଏହି ସମ୍ପୂର୍ଣ୍ଣ ଗୀତ ମଧ୍ୟ ଉପଲବ୍ଧ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଆମର ଜାତୀୟ ସଙ୍ଗୀତକୁ ଟାଗୋର ଇଂରାଜୀରେ ମଧ୍ୟ ଅନୁବାଦ କରିଛନ୍ତି । ଯାହା ନୋବେଲ୍ ପୁରଷ୍କାରର ଫେସ୍‌ବୁକ୍ ପେଜରେ ସେୟାର ହୋଇଛି । ଯାହାକୁ ନିଜେ ରବିନ୍ଦ୍ରନାଥ ଟାଗୋର ଅନୁବାଦ କରିଛନ୍ତି । ଏଥିରୁ ସହଜରେ ଅନୁମେୟ କରିହୁଏ ଯେ ବିଶ୍ୱ କବିଙ୍କର କେବଳ ହିନ୍ଦୀ କିମ୍ବା ବଙ୍ଗାଳୀ ନୁହେଁ ଇଂରାଜୀ ଭାଷାରେ ମଧ୍ୟ ଖୁବ୍ ପାରଦର୍ଶିତା ରହିଛି । ସେ ସାହିତ୍ୟରେ ୧୯୧୩ ମସିହାରେ ନୋବେଲ୍ ପୁରଷ୍କାର ପାଇଥିଲେ । ଏହି ପୋଷ୍ଟ ସେୟାର ହେବା ପରେ ଲୋକ ମାନେ ଏହାକୁ ବହୁମାତ୍ରାରେ ଦେଖୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com